ସୀମା ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ,୫ ଜଣ ଆହାତ,ଜଣେ ଗିରଫ ।

ମାଲକାନଗିରି,ତା:୨୦/୦୬(ପିପିଟି);ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲ୍ଲୀ ଗ୍ରାମପଂଚାୟତର ଏମ.ଭି-୧୭ ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତା କଡରେ ଏକ ଜମି ସୀମା ବିବାଦକୁ କେନ୍ଦ୍ର କରି ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ବେଳେ ୫ ଜଣ ଆହାତ ହୋଇଥିବା ଜଣା ପଡିଛି । ଫଳରେ ମାଲକାନଗିରି ଥାନାରେ ଏକ ମାମଲା ରୁଜୁ କରାଯାଇ ଅମିତ୍ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଯେ,ଉଷାରାଣୀ ଶିଲ୍‌ଙ୍କ ପୁଅ ସୁଜନ ମଣ୍ଡଳ ରାସ୍ତା କଡରେ ଏକ ଘର କରି ହୋଟେଲ୍ ଚଳାଇ ଆସୁଥିଲେ । ତାଙ୍କ ସୀମାକୁ ଲାଗି ଅମିତ୍ ମଣ୍ଡଲ ଏକ ଛୋଟ ଘର କରି ସେହି ସ୍ଥାନରେ ବ୍ୟବସାୟ କରୁଥିଲେ । କୌଣସି କାରଣରୁ ସୀମା ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ମାର୍‌ପିଟ୍ ହୋଇଥିଲା । ଏଥିରେ ଅମିତ୍ ମଣ୍ଡଳ, ପରଜିତ୍ ମଣ୍ଡଳ , ସୁଜିତ୍ ମଣ୍ଡଳ,ପ୍ରତିପକ୍ଷ ସୁଜନ ଶିଲ୍ , ଉଷାରାଣୀ ଶିଲ୍ , ଏବଂ ସୁଜନ୍‌ର ଭାଉଜ ବିଜୁଳି ଶିଲ୍ ଓ ତାଙ୍କର ମାମୁଁ ଲବ କବିରାଜଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ସୁଜନ୍ ସିଲ୍‌ଙ୍କ ହାତ ଭାଙ୍ଗିବା ସହ, ମାଆ ଉଷାରାଣୀଙ୍କର ହାତ ଭାଙ୍ଗି ଯାଇଛି । ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସେହିପରି ଅପର ପକ୍ଷରେ ସୁଜନ୍ , ତାଙ୍କର ମାଆ ଉଷାରାଣୀଙ୍କ ବିରୁଦ୍ଧରେ ପାଲଟା ଆକ୍ରମଣ କରିଥିବାର ଅମିତ୍ ଓ ପରଜିତ୍ ଅଭିଯୋଗ କରିଛନ୍ତି । ଅମିତ୍ ,ପରଜିତ୍ ଓ ସୁଜିତ୍ ମଧ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି । ସୁଜ୍‌ନ୍ ଏବଂ ତାଙ୍କ ମାଆ ଉଷାରାଣୀ ଅଭିଯୋଗ କରିଛନ୍ତି ଯେ ଆମକୁ ଜୀବନରେ ମାରିଦେବା ପାଇଁ ଧମକ ଦିଆଯାଉଛି । ଏହାକୁ ଅମିତ୍ ଏବଂ ତାଙ୍କପରିବାର ଅସ୍ବୀକାର କରିଛନ୍ତି । ଏ ସଂପର୍କରେ ମାଲକାନଗିରି ଥାନା କେଶ ନଂ୨୦୬/୨୧ରେ ଏକ ମାମଲା ରୁଜୁ କରା ଯାଇ ଅମିତ୍‌ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେ ଜାମିନ୍‌ରେ ଯାଇଥିବା ଜଣାପଡିଛି । ମାଲକାନଗିରି ଏ ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରଖିଥିବା ମାଲକାନଗିରି ଆଇ.ଆଇ.ସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment