ସି.ପି.ଆଇ ପକ୍ଷରୁ ଜଗନ୍ନାଥପ୍ରସାଦ ଆଞ୍ଚଳିକ ସମ୍ମିଳନୀ ।

ଭଞ୍ଜନଗର, ୩୦/୧୧(ପିପିଟି):ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚଭୂତି ଠାରେ ସି.ପି.ଆଇ.ର ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆରମ୍ଭରେ ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ସାହୁ ପାର୍ଟିର ଲାଲ ପତାକା ଉତ୍ତୋଳନ କରି ଏହାର ଗୌରବମୟ ଇତିହାସ ସମ୍ପର୍କରେ ଉଦବୋଧନ ଦେଇଥିଲେ ।ଏଥିରେ ସଭାପତିତ୍ୱ କରିଥିଲେ ସ୍ଥାନୀୟ ସରପଞ୍ଚ ଶ୍ୟାମଘନ ସେଠି। ପ୍ରାକ୍ତନ ରାଜ୍ୟ ପରିଷଦ ସଭ୍ୟ ସୋମନାଥ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସାଥୀ ବାଳୀ ନନ୍ଦ ଓ ଆଞ୍ଚଳିକ ସମ୍ପାଦକ ବିପ୍ରଚରଣ ନାୟକ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ । ମୁଖ୍ୟତଃ ପ୍ରକୃତ ଚାଷୀମାନଙ୍କୁ ବାତ୍ୟା ସାହାଯ୍ୟ ମିଳି ନଥିବା, ଧାନ ମଣ୍ଡିରେ କଟନିଛଟନି ନାଁରେ ଯେପରି ମନମୁଖୀ କାରବାର ଚାଲିଛି, ମିଲର୍ ଓ ସମ୍ପାଦକମାନଙ୍କ ମଧୁ ଚନ୍ଦ୍ରିକା ଭିତରେ ସେମାନେ କିପରି ମାଲାମାଲ ହେଉଛନ୍ତି ଆଉ ଚାଷୀ କିପରି ଶୋଷଣର ଶୀକାର ହେଉଛି ସେ ସମ୍ପର୍କରେ ଟିକିନିଖି ଆଲୋଚନା ହୋଇଥିଲ। ପ୍ରତ୍ୟେକ ମିଲର୍ ପାଖକୁ ଯାଇ ଏ ବିଷୟରେ ଅନୁଧ୍ୟାନ କରିବାକୁ ଏକ କମିଟି ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ସାହୁଙ୍କ ଅଧ୍ୟକ୍ଷତାରେ ଗଢ଼ାଯାଇଛି। ସେଇ କମିଟିର ରିପୋର୍ଟ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ପ୍ରତିକାର କରାଯିବା ପାଇଁ ନିଷ୍ପତି ହୋଇଛି। କମିଟିର ସଭ୍ୟମାନେ ହେଲେ ସର୍ବଶ୍ରୀ ବାଳୀ ନନ୍ଦ, ବିପ୍ର ଚରଣ ନାୟକ, ମାଧବ ନାୟକ ଓ କୈଳାସ ଚନ୍ଦ୍ର ପଣ୍ଡା | ଆସନ୍ତା ଜାନୁୟାରୀ ୧୧ ତାରିଖ ରବିବାର ଦିନ ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ଅଞ୍ଚଳର ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ବଡ ଧରଣର ସମାବେଶ ଆଗାମୀ ଦିନରେ ଗ୍ରାମର ସ୍ବର୍ଗତ ଉଲା ନାୟକଙ୍କ ପଞ୍ଚଭୂତି ଆମ୍ବ ବଗିଚା ଠାରେ ଅନୁଷ୍ଠିତ ହେବାକୁ ଯାଉଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment