ଯାଜପୁର,୧୪/୦୩(ପିପିଟି):ଏକା ସାଙ୍ଗେ ହେଲା ଦୁର୍ଘଟଣା। ଆଇଚରକୁ ପିଟିଲା ଟ୍ରକ। ଟ୍ରକ ପଛ ପଟେ ପିଟି ହେଲା ବାଇକ । ଫଳରେ ବାଇକରେ ଥିବା ଦମ୍ପତି ହୋଇଛନ୍ତି ଗୁରୁତର । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟରେ ଘଟିଛି ଏହି ସିରିଜ ଦୁର୍ଘଟଣା । ଆଜି ଭୋର ସମୟରେ ପ୍ରଥମେ ଏକ ଆଇଚରକୁ ୧୪ ଚକିଆ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଆଇଚରଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ଉପରେ ଝୁଲି ରହିଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଜାତୀୟ ରାଜପଥ ଉପରେ ଛିଡା ହୋଇ ରହିଥିବା ବେଳେ ପରେ ଏକ ବାଇକ ଟ୍ରକ ପଛ ପଟେ ଜୋରରେ ଧକ୍କା ଦେବାରୁ ବାଇକରେ ଥିବା ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଗୁରୁତର ଦମ୍ପତି ବିଂଝାରପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଏପଟେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।