ସିମୁଳିଆ ବିଜେପିର ମହାମିଶ୍ରଣ ପର୍ବ ।

ସିମୁଳିଆ,୦୮/୧୧:ସିମୁଳିଆ ବିଜେପି ପକ୍ଷରୁ ମାର୍କୋଣା ଫ୍ଲାଇ ଆସ ବ୍ରିକ୍ସ ପରିସରରେ ଅନ୍ୟ ଦଳରୁ ବହୁ କର୍ମୀମାନେ ଆସି ବିଜେପି ଦଳରେ ସାମିଲ ହେଲେ । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର କୁରୁଣ୍ଟା ଓ ଗରସଙ୍ଗ ଦୁଇଟି ପଞ୍ଚାୟତରୁ ଶତାଧିକ ଅନ୍ୟ ଦଳର କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ବିଜେପି ପକ୍ଷରୁ ୧୬ନଂ ଜାତୀୟ ରାଜପଥର ଥିବା ଫ୍ଲାଇ ଆସ ବ୍ରିକ୍ସ ପରିସରରେ ତୁଡିଗଡ଼ିଆ ମଣ୍ଡଳ ସଭାପତି ମହେଶ୍ବର ନାଥଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା କୁରୁଣ୍ଟା ପଞ୍ଚାୟତରୁ ପୂର୍ବତନ ସରପଞ୍ଚ ଦମୟନ୍ତି ପଣ୍ଡା,୯ରୁ ଉର୍ଦ୍ଧ୍ବ ୱାର୍ଡ ସଭ୍ୟ,ଗରସଙ୍ଗ ପଞ୍ଚାୟତରୁ କଂଗ୍ରେସ ଦଳର ଜିଲ୍ଲା ପରିଷଦ ପାର୍ଥି ମଦନମୋହନ ମହାପାତ୍ର ଓ ୭ଶହରୁ ଉର୍ଦ୍ଧ୍ବ ଅନ୍ୟ ଦଳର କର୍ମୀମାନଙ୍କୁ ଦଳୀୟ ଟୋପି,ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳ ପକ୍ଷରୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଜେପି ଯୁବନେତା ନୀଳମାଧବ ପଣ୍ଡା, କୃଷକ ମୋର୍ଚ୍ଚାର ରାଜ୍ୟ ସଂଯୋଜକ କୈଳାସ ମାଝି, ବିଜେପି ଜିଲ୍ଲା ସମ୍ପାଦିକା ଭାରତୀ ମଲ୍ଲିକ, ବିଧାନସଭା ସଂଯୋଜକ ନିରାକାର ପଣ୍ଡା, ମାର୍କୋଣା ଯୋନର ମଣ୍ଡଳ ସଭାପତି ଅଭିନାଶ ବେହେରା, କୁରୁଣ୍ଟା ପଞ୍ଚାୟତ ସରପଞ୍ଚ ରଘୁନାଥ ଜେନା,ସମିତି ସଭ୍ୟ କମଳିନୀ ମାଝି ସମେତ ସିମୁଳିଆ ନିର୍ବାଚନ ମଣ୍ଡଳୀର ସରପଞ୍ଚ,ସମିତି ସଭ୍ୟ ଓ ବହୁ କର୍ମୀ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment