ସାନଖେମୁଣ୍ଡି,୦୭/୧୧(ପିପିଟି); ଦେଶରେ କୃଷକ ଶ୍ରମିକଙ୍କ ସମସ୍ୟା ସାଙ୍ଘାତିକ ରୂପ ଧାରଣ କରିଛି କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରଣୟନ ଯୋଗୁଁ ଚାଷୀ ଖାଉଟି ହନ୍ତସନ୍ତ ହେଲେଣି କର୍ପୋରେଟ ଫାର୍ମିଙ୍ଗ୍ ଆଇନରେ ଫସଲ ଓ ଜମିରେ ଚାଷୀର ହକ ରହିବନି ଏଣୁ ତୃଣମୁଳ ସ୍ତରରୁ ଜନବିରୋଧୀ କୃଷକ ଶ୍ରମିକ ବିରୋଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳା ଆଇନ ବିରୋଧରେ ଗଣ ସଂଗ୍ରାମ ପାଇଁ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ସିପିଆଇ ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ବୈଠକରେ ଆହ୍ୱାନ ଦିଆଯାଇଛି । ମହାନ ଅକ୍ଟୋବର ବିପ୍ଳବର ଶତବାର୍ଷିକ ପାଳନ ଅବସରରେ ମହାନଳା ଠାକୁରାଣୀ ମନ୍ଦିର ପରିସରରେ ସାଥୀ ବିନାୟକ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଏଆଇୱାଇଏଫ ଜିଲ୍ଲା ସଭାପତି କାମଦେବ ନାୟକ ପ୍ରମୁଖ ଯୋଗ ଦେଇ ଦେଶ ଓ ରାଜ୍ୟର ସାମ୍ପ୍ରତିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ପାର୍ଟିର ଶାଖା ସମ୍ମିଳନୀ ପଞ୍ଚାୟତସ୍ତରୀୟ କର୍ମୀ ସମାବେଶର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲା । ଜୋନ ସମ୍ପାଦକ କୈଳାଶ ପାତ୍ର, ଅନନ୍ତ ମହାଙ୍କୁଡ, ସୁଶାନ୍ତ ସ୍ୱାଇଁ, ଗୌରଚନ୍ଦ୍ର ପାତ୍ର, ଏ କ୍ରିଷ୍ଣାମୂର୍ତ୍ତି ପାତ୍ର, ଏ ନରେନ୍ଦ୍ର ରେଡି, ଅଭିରାମ ପଟ୍ଟନାୟକ, ଭାସ୍କର ମହାରଣା, କଂଗ୍ରେସ ଗୌଡ଼, ଦେବରାଜ ଗୌଡ଼, ନାରାୟଣ ନାହାକ, ବୃନ୍ଦାବନ ମହାଙ୍କୁଡ, ରବୀନ୍ଦ୍ର ପ୍ରଧାନ, ପ୍ରମୋଦ ନାୟକ, ବି ହାଡ଼ିଆ ରାଓ, ଉଦୟନାଥ ମଳିକ, ସନ୍ତୋଷ ସ୍ୱାଇଁ, ଜି ସନ୍ତୋଷ କୁମାର ପାତ୍ର ପ୍ରମୁଖ ସାନଖେମୁଣ୍ଡି ଅଞ୍ଚଳର ଜନସମସ୍ୟା ସହ ଦଳୀୟ ସାଙ୍ଗଠନିକ ଆଲୋଚନା କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )