ସିପିଆଇ ପ୍ରାର୍ଥୀ ବିଜୟ କୁମାର ଭୋଇ ନାମାଙ୍କନ ଦାଖଲ କଲେ।

ଜଗତସିଂହପୁର,୧୪/୧୦(ପିପିଟି), ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପ୍ରାର୍ଥୀ ବିଜୟ କୁମାର ଭୋଇ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ।କୋଭିଡ୍ କଟକଣା ମଧ୍ୟରେ ନିଜର ସମର୍ଥକଙ୍କଙ୍କ ସହ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିଥିଲେ । ତାଙ୍କ ସହିତ ସିପିଆଇ ନେତା ଅଭୟ ସାହୁ, ସିପିଆଇ ଯୁବନେତା ଅଭିଜିତ ସାହୁ ମଧ୍ୟ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ । ଅଖିଳ ଭାରତ ଛାତ୍ର ସଂଘ, ଅଖିଳ ଭାରତ କୃଷକ ସଭା, ଉତ୍କଳ ମହିଳା ସଂଘ, ଟ୍ରେଡ୍ ୟୃନିୟନ୍ ଇତ୍ୟାଦି ସଂଗଠନ ପକ୍ଷରୁ ସତ୍ୟ ରଂଜନ ମହାନ୍ତି, ରୋଜାଲିନ ଦାଶ,ଜିନ୍ମୟୀ ସାହାଣୀ,ଅଜୟ ବେହେରା, ନାରାୟଣ ଦାସ,ନଟବର ନାୟକ, ସୋମନାଥ ଗିରି ପ୍ରମୁଖ ଉପସ୍ଥିତ ରହି ବିଜୟ କୁମାର ଭୋଇଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment