ତିର୍ତ୍ତୋଲ,୨୫/୧୦(ପିପିଟି);ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଜନସାଧାରଣଙ୍କ ନିକଟବର୍ତ୍ତୀ ହେବାପାଇଁ ସିପିଆଇ ବିଧାୟକ ପ୍ରାର୍ଥୀ ବିଜୟ କୁମାର ଭୋଇଙ୍କ ସପକ୍ଷରେ ପ୍ରଚାର ଜୋରଦାର । ବିଭିନ୍ନ ପଞ୍ଚାୟତର ବଜାର ଅଞ୍ଚଳ ବିଶେଷ କରି ହାଟ ସମୟରେ ପଥପ୍ରାନ୍ତ ସଭାମାନ ଆୟୋଜନ କରି ସିପିଆଇ ଦଳର ନେତାମାନେ ଭୋଟରଙ୍କ ସମ୍ମୁଖରେ ରାଷ୍ଟ୍ରୀୟ ସମସ୍ୟା ତଥା ଆଞ୍ଚଳିକ ପ୍ରସଙ୍ଗକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଵା ସହ ଗ୍ରାମାଞ୍ଚଳରେ ବୁଲି ଵୁଲି ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଡ଼ାକବାଜି ଯନ୍ତ୍ର ଦ୍ବାରା ଭୋଟରମାନଙ୍କୁ ସମ୍ବୋଧନ କରୁଛନ୍ତି । ଧୀରେ ଧୀରେ ସିପିଆଇ ଦଳ ପ୍ରତି ଜନସମର୍ଥନ ବୃଦ୍ଧି ପାଉଥିବା ଦେଖାଯାଉଛି । ଦଳ ପକ୍ଷରୁ ସୁବାସ ମହାପାତ୍ର,ଜିନ୍ମୟୀ ସାହାଣୀ, ଶଶୀଭୂଷଣ ସ୍ବାଇଁ, ଅଜୟ ବେହେରା, ସତ୍ୟରଂଜନ ମହାନ୍ତି, ରୋଜାଲିନ ଦାଶ ପ୍ରମୁଖ ତିର୍ତ୍ତୋଲ ବ୍ଲକରେ ନିର୍ବାଚନ ପରିଚାଳନା କରୁଥିବା ବେଳେ ରଘୁନାଥପୁର ବ୍ଲକରେ ଅଭୟ ସାହୁ,ନିରଞ୍ଜନ ସ୍ଵାଇଁ,ନାରାୟଣ ଭୋଇ ପ୍ରମୁଖ ଓ ବିରିଡ଼ି ବ୍ଲକ୍ ରେ ଅଭିଜିତ ସାହୁ, ତ୍ରିଲୋଚନ ଜେନା,ବିଷ୍ଣୁ ଚରଣ ଦଳେଇ, ତ୍ରିଲୋଚନ ବେହେରା, ନାରାୟଣ ଭୋଳ ପ୍ରମୁଖ ନିର୍ବାଚନ ପରିଚାଳନା କରୁଛନ୍ତି । ବିଜେପି,ଵିଜେଡି ଓ କଂଗ୍ରେସ ଦଳର ଅନ୍ତଃକନ୍ଦଳ ର ଫାଇଦା ନେଇ ନିଜ ସପକ୍ଷରେ ଜନମତ ଆଣିବାକୁ ଦଳର ନେତାମାନେ ବିଶେଷ ଭାବରେ ଚେଷ୍ଟିତ ଥିବାର ଜଣାପଡ଼ିଛି ।(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)