ସିପିଆଇ ପକ୍ଷରୁ ସାଥି ଲୋକନାଥ ଚୌଧୁରୀଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ କୋଭିଡ କଟକଣା ମଧ୍ୟରେ ପାଳିତ ।

ଏରସମା,୧୨/୦୫(ପିପିଟି); କୋଭିଡ ନିୟମ ଓ କଟକଣା ମଧ୍ୟରେ କମ୍ମ୍ୟୁନିଷ୍ଟ ପାର୍ଟି ଏରସମା ଜୋନାଲ କମିଟି ପକ୍ଷରୁ ଏରସମା ପାର୍ଟି ଅଫିସ ରମାକାନ୍ତ ଭବନ ରେ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ବିଧାନସଭାରେ ପାର୍ଟିର ବିଧାୟକ ଦଳ ନେତା, ପୂର୍ବତନ ସାଂସଦ ଓ ନେତାମାନଙ୍କର ନେତା କମ୍ରେଡ ଲୋକନାଥ ଚୌଧୁରୀଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ମୁଦୁଲିଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର ଏରସମା ଜୋନ ସହ-ସମ୍ପାଦକ ଦାମୋଦର ବେହେରା କରୋନାରେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତିମାନଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏରସମା ପାର୍ଟିର ଜୋନ ସମ୍ପାଦକ ସାଥି ବଇଁଶୀଧର ବେହେରା, କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ପାର୍ଟିର ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ସହ- ସମ୍ପାଦକ ପିତାମ୍ବର ଦାସ, ଏରସମା ଜୋନ ସହ-ସମ୍ପାଦକ ସର୍ବେଶ୍ୱର ବେଉରା, ଯୁବ ନେତା ଦେବାଶିଷ ପରିଜା ପ୍ରମୁଖ ଲୋକନାଥ ଚୌଧୁରୀଙ୍କ ସ୍ମୃତି ଚାରଣ କରିବା ସହିତ ସରକାରୀ ଅବ୍ୟବସ୍ଥା ବିରୁଦ୍ଧରେ ଓ ସାଧାରଣ ମଣିଷଙ୍କ ପାଇଁ ଲଢ଼େଇକୁ ଆହୁରି ତୀବ୍ର କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଥି ମହେଶ୍ୱର ମହାପାତ୍ର, ସାଥି ସମରେଶ ମୁଦୁଲି, ସାଥି ଦେବଦତ୍ତ ଦାସ, ସାଥି ମାନସ ମୁଦୁଲି, ସାଥି ଗୋବିନ୍ଦ ଦାସ, ସାଥି ରଞ୍ଜନ ଦାସ, ସାଥି ଅମରେନ୍ଦ୍ର ଦାସ, ସାଥି ବିଜୟ ବେହେରା, ସାଥି ବସନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment