ସିପିଆଇ ନେତା ଏନ୍ ମହନ୍ତର ସାହୁଙ୍କ ହୃଦଘାତରେ ଦେହାନ୍ତ।

କବିସୂର୍ଯ୍ୟନଗର,୨୮/୧୦(ପିପିଟି): କବିସୂର୍ଯ୍ୟନଗର ଅଞ୍ଚଳର ସିପିଆଇ ନେତା ମହନ୍ତର ସାହୁଙ୍କ ୧୮ ଅକ୍ଟୋବର ମଧ୍ୟରାତ୍ରରେ ହୃଦଘାତରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ସାହୁଙ୍କ ନିଜ ଗ୍ରାମ ହେଉଛି ଏ ବରିଡା। ସ୍ବର୍ଗତ ସାହୁ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ସିପିଆଇ ରେ ସକ୍ରିୟ ସଦସ୍ଯ ଥିଲେ। ସିପିଆଇ କବିସୂର୍ଯ୍ୟନଗର ଆଞ୍ଚଳିକ କମିଟିର ସହ ସମ୍ପାଦକ ଭାବରେ ଦୀର୍ଘ ବର୍ଷ କାର୍ଯ୍ଯ କରିବା ସହିତ ସିପିଆଇ ଗଞ୍ଜାମ ଜିଲ୍ଲାର କମିଟିର କିଛି ବର୍ଷ କମିଟି ସଦସ୍ଯ ମଧ୍ଯ ଥିଲେ। କବିସୂର୍ଯ୍ୟନଗର ଅଞ୍ଚଳର ବିଭିନ୍ନ ଜନ ଆନ୍ଦୋଳନରେ ସକ୍ରିୟ ନେତୃତ୍ବ ନେଉଥିଲେ। ସ୍ବର୍ଗତ ସାହୁଙ୍କ ଦେହାନ୍ତ ଖବର କବିସୂର୍ଯ୍ୟନଗର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସ୍ବର୍ଗତ ସାହୁଙ୍କ ଦେହାନ୍ତରେ ସିପିଆଇ ଜୋନାଲ ସଂପାଦକ ପ୍ରବୀଣ କୁମାର ଦାସ, ଫରୱାର୍ଡ ବ୍ଲକର ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି, ସିପିଆଇ ଜିଲ୍ଲା ସହ ସମ୍ପାଦକ ପ୍ରଦୀପ ସେଠୀ, ଶ୍ରମିକ ନେତା ବିପ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି।

Comments (0)
Add Comment