ସିପିଆଇ ତରଫରୁ ଭାରତ ବନ୍ଦ ପାଳନ।

ବୋଲଗଡ,୨୬/୧୧(ପିପିଟି); ସର୍ବଭାରତୀୟ ଟ୍ରେଡୟୂନିୟନ ଏବଂ କୃଷକ ସଭାତରଫରୁ ଆଜିଭାରତବନ୍ଦ ପାଳନ କରାଯାଇଛି। ସୁମନ୍ତ ଛୋଟରାୟଙ୍କ ନେତୃତ୍ୱ ରେ ହୋଇଥିବା ବିକ୍ଷୋଭ ଓ ଭାରତ ବନ୍ଦ କାର୍ଯ୍ୟକ୍ରମରେ ବିଜୟକୁମାର ଗୁମାନସିଂହ, ବସନ୍ତ କୁମାର ସେଠୀ, ଧନେଶ୍ଵର ମାର୍ଥା, ପ୍ରଭୃତି ଅଂଶଗ୍ରହଣ କରିଥିଲେ।ବୋଲଗଡବ୍ଳକର ଶତାଧିକ ସିପିଆଇ କର୍ମୀ ମାନେ ପିଚୁକୁଳି ବଜାର ବନ୍ଦ କରିବା ସହିତ ଓ ରାସ୍ତାରେ ଜାଉଥିବା ଯାନବାହାନ ଘଣ୍ଟା ଘଣ୍ଟା ଧରି ବନ୍ଦ କରିଥିଲେ। ଅଗଣତାନ୍ତ୍ରିକ କୃଷି ବିଲ୍ ୨୦୨୦ ବାତିଲ୍ ଓ ଶ୍ରମିକ ବିରୋଧୀ ଶ୍ରମ ଆଇନ ବିଲ୍ ୨୦୨୦ବାତିଲ ସମେତ କେନ୍ଦ୍ର ସରକାରଙ୍କର ଶିକ୍ଷା ନୀତି ବିରୁଦ୍ଧରେ ବିଭିନ୍ନ ପ୍ରକାରର ସ୍ଳୋଗାନ ଦେଇଥିଲେ। ପ୍ରତେକ ପଞ୍ଚାୟତରେ ମଣ୍ଡିଖୋଲିବା, ଧାନର ସହାୟକ ମୁଲ୍ୟ ତିନିହଜାର କରିବା, କୃଷିକୁ କମ୍ପାନୀ ହାତରେ ଟେକି ନଦେବା, ପ୍ରଭୃତି ଉପରେ ଗୁରୁତ୍ବ ଆରୋପ କରିଥିଲେ। ଲାଲପତାକାରେ ଭରପୁର ରାଲି ଓ ବିକ୍ଷୋଭକୁ ଶତାଧିକ ଜନସାଧାରଣ ସମର୍ଥନ ଜଣାଇ ଥିଲେ। ଏହି ବନ୍ଦ ପାଳନରେ ସିପିଆଇ କର୍ମୀ , ଆଶାକର୍ମୀସଂଘ ଓ ନିର୍ମାଣ ଶ୍ରମିକ ସଂଘର କର୍ମୀ ମାନେ ଯୋଗ ଦେଇଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment