ପୋଲସରା,୨୭/୦୯(ପିପିଟି): ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆ ଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଏବଂ ଅଖିଳ ଭାରତ ଖେତମଜଦୁର କିଷାନ ସଭା ର କର୍ମୀ ମାନେ ବନ୍ଦ କୁ ସଫଳ କରିବା ପାଇଁ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ। ଆଜି ଉଭୟ ସଂଗଠନର କର୍ମୀ ମାନେ ମିଳିତ ଭାବେ ଇଣ୍ଡିଆନ ବ୍ୟାଙ୍କ , ୟୁନିୟନ ବ୍ୟାଙ୍କ , ଏଚଡ଼ିଏଫସି, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ , ଭାରତୀୟ ଷ୍ଟେଟ ବ୍ୟାଙ୍କ , ଆକ୍ସିସ ବ୍ୟାଙ୍କ , ଡାକ ଘର ଓ ଭାରତୀୟ ଜୀବନ ବୀମା ନିଗମର ସ୍ଥାନୀୟ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ ସହ ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳୀୟ କର୍ମୀ ମାନେ କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନିତି ବିରୁଦ୍ଧରେ , ଦରଦାମ ବୃଦ୍ଧି ବିରୁଦ୍ଧରେ , କଳା କୃଷି ଆଇନ ପ୍ରତ୍ୟାହାର ଓ ଶ୍ରମ କୋର୍ଡ ବାତିଲ ଦାବି କରି ସ୍ଲୋଗାନ ଦେଇଥିଲେ। କୃଷକ ନେତା ଦଣ୍ଡପାଣି ସାମଲ , ଶ୍ରମିକ ନେତା ଗଣପତି ସାହୁ , କ୍ଷେତ ମଜଦୁର ୟୁନିୟନ ନେତା ହରି ହର ପାତ୍ର , ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭା ନେତା ରଞ୍ଜନ ଶବର , ଲଡୁ ଶବର ଓ କୈଳାସ ଶବର ପ୍ରମୁଖ ପିକେଟିଂ ଓ ବିକ୍ଷୋଭର ନେତୃତ୍ବ ନେଇଥିବା ବେଳେ ଦୁର୍ଯ୍ୟୋଧନ ରାଉତ , ବିଜୟ ସାମନ୍ତରା , ରବୀନ୍ଦ୍ର ଜେନା , ନଗରବାସି ପ୍ରଧାନ , ସିମା ପାତ୍ର , ଦୁନିଆ ରାଉତ , ଖଜା , ମାଗି ଓ ଧୋବଣୀ ନାହାକ , ପୋଲେଇ ଶବର , ପ୍ରଫୁଲ ଶବର , ରଞ୍ଜିତ ଶବର , ସନ୍ତୋଷ ଶବର , କାର୍ତ୍ତିକ ଶବର ଏବଂ ଦେବ ଶବର ପ୍ରମୁଖ ପିକେଟିଂ ଓ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ। ଆଜି ମଧ୍ୟ ରୁଷିକୁଲ୍ୟା ରୟତ ମହାସଂଘ ପକ୍ଷରୁ ସ୍ଥାନୀୟ ତହସିଲ , ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସଂଘର ସଭାପତି ସତ୍ୟବାନ ପ୍ରଧାନଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜ୍ୟୋତିର୍ମୟ ଦାସ , ତ୍ରିନାଥ ଜେନା ଘନଶ୍ୟାମ ସାହୁ , ହିନ ସ୍ୱାଇଁ ଓ ଶଙ୍କର ଡାକୁଆ ପ୍ରଭୃତି ପିକେଟିଂ ରେ ଅଂଶଗ୍ରହଣ କରିଥିଲେ। ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ ପୋଲସରା ବ୍ଳକ କମିଟି ପକ୍ଷରୁ ଆଜିର ବନ୍ଦ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସମର୍ଥନ କରା ଯାଇଥିବା ଜିଲ୍ଲା କମିଟି ସଦସ୍ୟ ସନ୍ତୋଷ କୁମାର ପଣ୍ଡା ଜଣାଇଛନ୍ତି।
( ରିପୋର୍ଟ୍ – ସନ୍ତୋଷ କୁମାର ପଣ୍ଡା)