ସିପିଆଇ(ଏମ) ନେତା ବସନ୍ତ ନନ୍ଦଙ୍କ ହୃଦଘାତରେ ପରଲୋକ।

ବ୍ରହ୍ମପୁର ,୦୨/୧୨(ପିପିଟି): ସିପିଆଇ(ଏମ) ଗଞ୍ଜାମ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ବସନ୍ତ ନନ୍ଦ ଆଜି ସକାଳେ ରାଉରକେଲା ଠାରେ ଆୟୋଜିତ ରାଜ୍ୟ ସମ୍ମିଳନୀ ସ୍ଥଳରେ ହିଁ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।ପାର୍ଟି ରାଜ୍ୟ କମିଟି କମ୍ରେଡ ବସନ୍ତଙ୍କ ମୃତ୍ୟୁରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛି lକମ୍ରେଡ ବସନ୍ତ ନନ୍ଦଙ୍କ ଆକସ୍ମିକ ମୃତ୍ୟୁ ଗଞ୍ଜାମ ଜିଲ୍ଲା ପାର୍ଟି, କମ୍ୟୁନିଷ୍ଟ ଆନ୍ଦୋଳନ ଏବଂ କୃଷକ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି । ଅଶୀ ଦଶକରୁ ଏସଏଫଆଇ ରୁ ଆସି କମ୍ରେଡ ବସନ୍ତ ନନ୍ଦ ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ୱ ସିପିଆଇ(ଏମ) ରେ ସମର୍ପିତ ବିପ୍ଲବୀ ଭାବେ ନୀରବଛିନ୍ନ ଭାବେ କାମ କରୁଥିଲେ । ଗଞ୍ଜାମ ଜିଲ୍ଲା ପାର୍ଟି ଜଣେ ଅମାୟିକ ଏବଂ ନିରଳସ ସଂଗ୍ରାମୀ କମ୍ରେଡଙ୍କୁ ହରାଇଲା । ମାତ୍ର ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।

Comments (0)
Add Comment