ସିଦ୍ଧେଶ୍ଵର ପଞ୍ଚାୟତରେ ଅମ୍ବୃତ ସରୋବର ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ।

ଦିଗପହଣ୍ଡି , ୧୫/୦୧(ପିପିଟି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ସିଦ୍ଧେଶ୍ଵର ପଞ୍ଚାୟତରେ ୨ ବର୍ଷ ତଳେ ଏକ ଅମ୍ବୃତ ସରୋବର ନୂତନ ଭାବେ ନିର୍ମିତ ହୋଇଛି । ୨ ବର୍ଷ ହେଲା ଏହି ନୂତନ ସରୋବର ନିର୍ମିତ ହୋଇଥିବା ବେଳେ ଏଠି ଲୋକେ କେହି ଗାଧୋଇବା ବଦଳରେ ଗାଈ ମଇଁଷି ମାନେ ଗାଧୋଉଥିବା ନଜରକୁ ଆସିଛି । ୨୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ବ୍ୟୟରେ ଏହି ଅମ୍ବୃତ ସରୋବରଟି ନିର୍ମିତ ହୋଇଚି । ଆମ୍ବୃତ ସରୋବର ନାମରେ ଲକ୍ଷାଧିକ ବିଲ କରି ପ୍ରଶାସନ ଅଧିକାରୀ ମାନେ ହରିଲୁଟ କରିଥିବା ନଜର କୁ ଆସିଚି । ଅମ୍ବୃତ ସରୋବର ରେ ୱାଲ୍ କିମ୍ବା ପାହାଚ ମଧ୍ୟ ଦେଖିବାକୁ ମିଳୁନାହିଁ ଯାହା ସାଧାରଣରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ଅମ୍ବୃତ ସରୋବର କରି ଯନ୍ତ୍ରୀ ମାନେ ମନ ଇଚ୍ଛା ବିଲ କରି ଟଙ୍କା ଆତ୍ମସାତ କରୁଥିବା ବେଳେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଏହା କୁ ଦେଖି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସାଧାରଣରେ ଏବେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଅମ୍ବୃତ ସରୋବର ପ୍ରାଙ୍ଗଣରେ ମଧ୍ୟ ବୃକ୍ଷ ରୋପଣ କରି ଲକ୍ଷାଧିକ ଟଙ୍କା ବିଲ କରି ଆତ୍ମସାତ କରିଥିବା ସାମ୍ନାକୁ ଆସିଚି । ନାମକୁ ମାତ୍ର ବୃକ୍ଷ ରୋପଣ କରି ଗୋଟେ ପ୍ଲାଷ୍ଟିକ ଜାଲି ଭିଡ଼ି ବିଲ ଉପରେ ବିଲ କରି ଚାଲିଛନ୍ତି ଯନ୍ତ୍ରୀ ମହୋଦୟ । ତେବେ ଏମାନଙ୍କ ଉପରେ ଜିଲ୍ଲା ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ନେବେ ତାହା ଏବେ ବଡ ପ୍ରଶ୍ନ ବାଚି ସୃଷ୍ଟି କରୁଚି । ଏହି ପଞ୍ଚାୟତରେ ଆହୁରି ଅନେକ ଦୁର୍ନୀତି ହୋଇଚି ଆଗାମୀ ଦିନରେ ଏହାକୁ ମଧ୍ୟ ଲୋକ ଲୋଚନକୁ ଅଣାଯିବ ।

ରିପୋର୍ଟ- ( ଆରତ କୁମାର ହୋତା )

Comments (0)
Add Comment