ସିଦ୍ଧାର୍ଥ ଡିଗ୍ରୀ କଲେଜରେ ପଶ୍ଚିମ ଓଡ଼ିଶାସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ।

ଉଲୁଣ୍ଡା,୧୦/୦୩(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଆଜିଠାରୁ ୪ଦିନ ବ୍ୟାପି ପଶ୍ଚିମ ଓଡ଼ିଶା ଜୋନାଲ ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି ।ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ପ୍ରାରମ୍ଭରେ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରେଡକ୍ରସ ପ୍ରୋଗ୍ରାମ ଅଧିକାରୀ ବିଶ୍ୱନାଥ ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ରେଡକ୍ରସ ପ୍ରଶିକ୍ଷଣ ଶିବିର ର ମହତ୍ତ୍ୱ ଉପରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଏହାର ଉପକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ବିନିକା ବିଡିଓ ବ୍ୟାସଦେବ ବେହେରା,ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ, ଜିଲ୍ଲା ରେଡକ୍ରସ କୋଡିନେଟର ଉମାକାନ୍ତ ନାଗ ଯୋଗଦେଇ ଥିଲେ । ଶେଷରେ ଇତିହାସ ବିଭାଗ ମୁଖ୍ୟ ଗୋପାଳ କୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ରେ ପଶ୍ଚିମ ଓଡ଼ିଶାର ପ୍ରାୟ ୩୪ରୁ ଅଧିକ କଲେଜର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ସମସ୍ତ ଷ୍ଟାଫ ଓ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment