ସିଙ୍ଗିପୁରୁରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରୁନାହିଁ, ଗ୍ରାମରେ ପାନୀୟ ଜଳ ସଙ୍କଟ।

ସାନଖେମୁଣ୍ଡି,୦୪/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମରେ ଆଜକୁ ପ୍ରାୟ ୧୦ ବର୍ଷ ତଳେ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ମୌଳାଭଞ୍ଜାରୁ ପାନୀୟ ଜଳ ଆସିଲା ହେଲେ ମାତ୍ର କେଇଟା ଦିନରେ ପାଇପ ସବୁ ଭାଙ୍ଗିଗଲା ଏବଂ ଚୋରି ମଧ୍ୟ ହେଇଗଲା ଲୋକେ ଯେମିତି ଆଗରୁ ହୀନସ୍ତା ହେଉଥିଲେ ଏବେ ମଧ୍ୟ ପରିସ୍ଥିତି ସେମିତି । ଆଜକୁ ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ଶୁଦ୍ଧା ଗ୍ରାମର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହୋଇପାରୁନାହିଁ । ଯନ୍ତ୍ରୀଙ୍କ ଅନୁପସ୍ଥିତ ରେ ଅନେକ କାମ ହେଉଛି ହେଲେ କାହାର ଦୃଷ୍ଟି ମଧ୍ୟ ପଡୁନି । ପାଇପ ଲାଇନ ଗ୍ରାମରେ ପଡୁଥିବା ବେଳେ ଯନ୍ତ୍ରୀଙ୍କ ଦେଖା ମିଳୁନି । ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଯଦି ସବୁ କାମ ଲୋକେ କରିଦେବେ ତେବେ ଯନ୍ତ୍ରୀଙ୍କ ଭୂମିକା ଏଥିରେ କଣ । ପିପିଟି ନ୍ଯୁଜ୍ କୁ ହସ୍ତଗତ ହୋଇଥିବା ସୂଚନା ତଥ୍ୟରୁ ଜଣାପଡିଛି ଯେ ସିଙ୍ଗିପୁର ଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୮- ୧୯ ଆର୍ଥିକ ବର୍ଷରେ ୨ କୋଟି ୭୦ ହଜାର ଟଙ୍କାର ଏଷ୍ଟିମେଟ ହୋଇଥିଲା। କିନ୍ତୁ ଟେଣ୍ଡର ୧୬ଲକ୍ଷ ୭୧ ହଜାର ୫୦୧ ଟଙ୍କା କମ୍ କରି ଠିକାଦାର ଟେଣ୍ଡର ହାତେଇ ଥିଲେ। ଏଗ୍ରୀମେଣ୍ଟ ଅନୁଯାୟୀ ମୂଲ୍ୟ ୧,୮୩,୯୮,୪୯୯ ଟଙ୍କା। ସମସ୍ତ କାର୍ଯ୍ୟ ସାରିବା ସହିତ ୫ ବର୍ଷ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଠିକାଦାରଙ୍କ । ଏଗ୍ରୀମେଣ୍ଟ ତା-୨୨/୧୦/୨୦୧୯ରେ ହୋଇଥିବା ବେଳେ ୨୮୦ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଏଗ୍ରୀମେଣ୍ଟ ପେପର୍ ରେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଉଲ୍ଲେଖ ନଥାଇ ନିର୍ବାହୀ ଯନ୍ତ୍ରୀ ସ୍ବାକ୍ଷର କରିଛନ୍ତି ଯାହା କି ଆଇନ ସମ୍ମତ ନୁହେଁ। ୧୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏଷ୍ଟିମେଟ ମୂଲ୍ୟ ଠାରୁ କମିବା ଦ୍ୱାରା ଏହାର ସ୍ଥାୟିତ୍ବ ଓ ଗୁଣବତ୍ତା ଉପରେ ସନ୍ଦେହ ସୃଷ୍ଟି ହେବା ନିଶ୍ଚିତ। ଏଥିରେ ପୁଣି ଯନ୍ତ୍ରୀ ଓ ନେତାଙ୍କପିସି ରହିଛି ଏବଂ ଠିକାଦାରଙ୍କ ଲାଭକୁ ଦେଖିଲେ କାର୍ଯ୍ୟ ସ୍ଥାୟିତ୍ବକୁ ଉପରେ ପ୍ରଶ୍ନ ଉଠିବ । ଏଗ୍ରୀମେଣ୍ଟ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମ୍ଭବ ନୁହେଁ। ସରକାର ପନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ଦେଲେ କିନ୍ତୁ ଅର୍ଥ ସଠିକ୍ ବିନିଯୋଗ ହୋଇଛି କି ନାହିଁ ତାହା ଗ୍ରାମବାସୀ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ଗ୍ରାମବାସୀ ଦୃଷ୍ଟି ନଦେଲେ ପାନୀୟ ଜଳ ସଙ୍କଟ ସେମାନଙ୍କୁ ହିଁ ଭୋଗିବାକୁ ପଡିବ। ପନୀୟ ଜଳ ପ୍ରକଳ୍ପ ନିର୍ମାଣ ସଂପର୍କରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ଦୃଷ୍ଟି ଦେବା ପାଇଁ ସାଧାରଣରେ ମତ ପ୍ରକାଶ ପାଉଛି।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment