ସିଆରପିଏଫଙ୍କ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

ବାଲିଗୁଡା,୦୯/୦୩(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବାଲିଗୁଡାରେ ଥିବା ୧୨୭ ନଂ.ବାଟାଲିୟନ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ କମାଡେଣ୍ଟ ଆନନ୍ଦ ଝା ଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ, ଛାତ୍ରୀ ଉପସ୍ଥିତ ଥିଲେ । ଶ୍ରୀ ଝା ନିଜ ବକ୍ତବ୍ୟରେ ମହିଳା ମାନଙ୍କ ଅତୁଟ ବନ୍ଧନ ଓ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏଥିରେ ବାଟାଲିୟନର କେତେକ ଜବାନ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment