ସିଂହମର୍ଦ୍ଦନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ; ବୋରୀକୁ ହରାଇ କୁଲାଡ଼ ଚାମ୍ପିୟନ୍ ।

ବେଲଗୁଣ୍ଠା,୦୫/୦୧(ପିପିଟି): ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତ ସିଂହମର୍ଦ୍ଦନ ମାଆ କାଳୀ କ୍ରିକେଟ୍ କ୍ଳବ୍ ଆନୁକୂଲ୍ୟରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ରେ କୁଲାଡ଼ ଟିମ୍ ବୋରୀ ଟିମ୍ କୁ ହରାଇ ଚାମ୍ପିଅନ୍ ଟ୍ରଫି ହାତେଇ ନେଇଛି । ବୋରୀ ଟିମ୍ ଟସ୍ ଜିତି କୁଲାଡ଼ ଟିମ୍ କୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । କୁଲାଡ଼ ଟିମ୍ ନିର୍ଦ୍ଧାରିତ ୨୦ ଓଭର୍ ରେ ୨୪୬ ରନ୍ କରିଥିବା ବେଳେ ବୋରୀ ଟିମ୍ ମାତ୍ର ୧୭୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ସମିତି ଅଧ୍ୟକ୍ଷ ନୀଳମଣି ବିଷୋୟୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ ଏବଂ ବିଶିଷ୍ଟ ଅତିଥି ରୂପେ ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାସ ଯୋଗଦେଇ ଫାଇନାଲ ମ୍ୟାଚ୍ ର ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଦେବରାଜ ସ୍ଵାଇଁ,କାହ୍ନୁ ଚରଣ ସ୍ଵାଇଁ, ଗଙ୍ଗାଧର ସ୍ଵାଇଁ, ସୁରେନ୍ଦ୍ର ସ୍ଵାଇଁ, ପୃଥ୍ୱୀରାଜ୍ ସ୍ୱାଇଁ,ଯୁଧିଷ୍ଠିର ସ୍ୱାଇଁ, ନାର୍ସୁ ବେହେରା,ଭଞ୍ଜ ପ୍ରଧାନ, ସନ୍ନ୍ୟାସୀ ପାତ୍ର,କୁମର ସ୍ୱାଇଁ, ନାରାୟଣ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ବିଜେତା ଟ୍ରଫିକୁ ଅନୀଲ ସ୍ୱାଇଁ, ଉପବିଜେତା ଟ୍ରଫିକୁ ରାଜୀବ୍ ସ୍ୱାଇଁ, ମ୍ୟାନ୍ ଅଫ୍ ଦି ସିରିଜ୍ ଟ୍ରଫିକୁ ନାରାୟଣ ନାୟକ ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଟ୍ରଫିକୁ ଆଲୋକ ସ୍ୱାଇଁ ସ୍ପନ୍ସର୍ କରିଥିଲେ । ଏହି ଅବସରରେ ପାଲକଷଣ୍ଢା ଟିମ୍ କୁ ଶୃଙ୍ଖଳିତ ଟିମ୍ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଲୋକାଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍,ଜୁରାଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ,ଦୀପକଙ୍କୁ ଶ୍ରେଷ୍ଠ ବୋଲର୍,ଦିଲ୍ଲୀପଙ୍କୁ ଶ୍ରେଷ୍ଠ ଫିଲ୍ଟର୍,ରତ୍ନାକରଙ୍କୁ ଶ୍ରେଷ୍ଠ ଦର୍ଶକ ଏବଂ ନାରୟଣ ନାୟକଙ୍କୁ ଶ୍ରେଷ୍ଠ ଅମ୍ପାୟର ଭାବେ ପୁରସ୍କୃତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ମାଆ କାଳୀ କ୍ରିକେଟ୍ କ୍ଳବର ସଂଗ୍ରାମ,ଶରତ,ଦୀପକ, ବାମଦେବ,ରାହୁଲ୍, ବିମଳ, ସୌରଭ,ରାଜେଶ୍ ପ୍ରମୁଖ ପରିଚାଳନା କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment