କୋଦଳା,୨୫/୦୯(ପିପିଟି):ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର ବହୁ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି । ବିଶେଷକରି ଏନ୍ଏସି ୱାର୍ଡ ନଂ-୨ର ରେଞ୍ଜର ବଙ୍ଗଳା ନିକଟ ଏରେଗୁଲା ସାହିରେ ଜଗତା ନାଳର ପାଣି ପଶିଯାଇଛି । ଫଳରେ ରାସ୍ତାଘାଟ ଜଳବନ୍ଦୀ ହେବା ସହିତ ଲୋକଙ୍କ ଘର ଆଖପାଖରେ ଅଣ୍ଟେ ଲେଖାଏଁ ପାଣି ଜମି ରହିଛି । ନାଳର ପାଣି ସାହି ଭିତରକୁ ପଶିବାରୁ ସ୍ଥାନୀୟ ଲୋକେ ଯାତାୟାତରେ ଅସୁବିଧା ଭୋଗିବା ସହ ଘରୁ ବାହାର କୁ ବାହାରିନପାରି ହନ୍ତସନ୍ତ ହୋଇଛନ୍ତି । ବର୍ଷା ଜଳ ରେ ସେମାନଙ୍କ ଆଶାବାବପାତ୍ର ମଧ୍ୟ ଭାସିଯାଇଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି l ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି ।ପ୍ରତ୍ୟକ ବାତ୍ୟା ଓ ବର୍ଷା ରେ ଏମିତି ଅବସ୍ଥା ଆସୁଥିବା ବେଳେ ଆମକୁ କେବଳ ଏହାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇ ପଳାଉଛନ୍ତି, ଯାହାର ପରିଣାମ ଆପଣ ମାନଙ୍କ ସାମ୍ନାରେ ବୋଲି କୋହଭରା କଣ୍ଠରେ କହିଛନ୍ତି ସାହିବାସିନ୍ଦା,ସାହି ବାସିନ୍ଦାଙ୍କ ପାଇଁ ପ୍ରଶାସନ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ