ସାହିତ୍ୟ ସଂସଦ ପକ୍ଷରୁ କରୋନା ସଚେତନତା ଓ ମାକ୍ସ ବଣ୍ଟନ ।

ବୁଗୁଡା,୨୪/୦୬(ପିପିଟି); ସାରା ବିଶ୍ବରେ ମହାମାରୀ କରୋନା ଦ୍ବିତୀୟ ଲହରୀ ଆସି ତାର ପ୍ରାଦୁର୍ଭାବ ଏମିତିକା ବିସ୍ତାର କଲା ଯେ ବହୁ ଯୁବ ଗୋଷ୍ଠୀଙ୍କ ଜୀବନ ହାନି ଘଟୁଛି ସେହି ଭୟରେ ବର୍ତ୍ତମାନ ଅଧିକାଂଶ ଜନସାଧାରଣ ନିଜକୁ ନିଜେ ସଚେତନତା ହୋଇସାରିଥିବା ବେଳେ କେତେକ ଅମାନିଆଙ୍କ କାର୍ଯ୍ୟକଳାପ ଯୋଗୁଁ ପୁଣି ତୃତୀୟ ଲହରୀ ର ଆବିର୍ଭାବ ହେଉଛି ।ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ପ୍ରତିଷ୍ଠିତ ହୋଇଥିବା ଅଗ୍ରଣୀ କଳା, ସାହିତ୍ୟ ଓ ସଂସ୍କୃତି ର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ଆନୁକୂଲ୍ୟରେ ଆଜି ବୁଗୁଡା ବ୍ଳକର ମାଣିତରା ଓ ଭୋଗଡା ଗ୍ରାମକୁ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ ତ୍ରିଲୋଚନ ପଣ୍ଡା ଯାଇ ମାକ୍ସ ବଣ୍ଟନ କରିଥିବା ସହ ସମସ୍ତ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ।

Comments (0)
Add Comment