ପୋଲସରା ,୦୮/୦୧(ପିପିଟି):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମର ଶ୍ରୀ ଶ୍ରୀ ବ୍ୟାଘ୍ରମ୍ବରୀ ମଠ ପରିସରରେ ବୁଗୁଡ଼ା ସହରସ୍ଥିତ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ଏକ ଆଲୋଚନା ଚକ୍ର, କବିତା ପାଠ,ବୃକ୍ଷ ରୋପଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ତତ୍ୱାବଧାନରେ କରଚୁଲି ମଠlଧିଶ ସତ୍ୟାନନ୍ଦ ଗିରି ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗହଙ୍ଗୁ ମଠlଧିଶ ରାଘବାନନ୍ଦ ଦାସଜୀ ମହାରାଜ, ମୁଖ୍ୟବକ୍ତା ଭାବେ ଡ଼.ବ୍ରଜକିଶୋର ପାଢ଼ୀ ଓ ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ବି. ଗୋପାଳ ପାତ୍ର ଯୋଗଦାନ କରିଥିଲେ । ସର୍ବପ୍ରଥମେ ସମ୍ପାଦକଙ୍କ ପିତା ମଦନମୋହନ ପଣ୍ଡା ଓ ମାତା ଲାବଣ୍ୟବତୀ ପଣ୍ଡାଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ଜଳନ କରିଥିବା ବେଳେ ସୁରେନ୍ଦ୍ର ନାଥ ପାଣି ବେଦପାଠ କରିଥିଲେ । ୨୦୨୫ମସିହାରେ ଇହଧାମ ପରିତ୍ୟାଗ କରି ଆମକୁ ଛାଡ଼ି ଯେଉଁମାନେ ପରଲୋକଗାମୀ ହୋଇଛନ୍ତି ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । “ଆମ କଳୁଷିତ ସମାଜ ପାଇଁ ବାର୍ତ୍ତା” ଶୀର୍ଷକ ଆଲୋଚନା ଚକ୍ରରେ ମଞ୍ଚାସୀନ ଅତିଥିମାନେ ବହୁ ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ । ସେହି ମଠ ପରିସର ମଧ୍ୟରେ ବୃକ୍ଷରୋପଣ କରାଯାଇଥିଲା । ସୁରେଶ ଚନ୍ଦ୍ର ପାଢ଼ୀ,କୃଷ୍ଣଚନ୍ଦ୍ର ଡାକୁଆ,ରାଜେନ୍ଦ୍ର କୁମାର ପାତ୍ର ପ୍ରମୁଖ ଏକାଧିକ କବି ସେମାନଙ୍କ ସ୍ଵରଚିତ କବିତା ପାଠ କରିଥିଲେ । ଆଇନଜୀବି ହରପ୍ରସାଦ ଦାଶ,ଡ଼ି.ସନ୍ତୋଷ କୁମାର ପାତ୍ର,ପ୍ରଦୀପ କୁମାର ଶାସମଲ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ନୂତନ ବର୍ଷ ପାଇଁ ସ୍ୱାଗତ ଜଣାଇ ବନ୍ଧୁ ମିଳନ ପରେ ପ୍ରଭୁ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ପୌଷ ମାସ ଲାଗି ଅନୁଷ୍ଠିତ ହୋଇଥିବା ପହିଲି ଭୋଗ ପ୍ରସାଦ ସେବନ କରିଥିଲେ ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା