ସାନଖେମୁଣ୍ଡି, ୦୩/୧୧(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ଗ୍ରାମର ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ବ୍ରହ୍ମପୁର ସମେତ ରାଜ୍ୟର ବହୁ ସାହିତ୍ୟ ଅନୁଷ୍ଠାନର ପୃଷ୍ଠପୋଷକ ସାନଖେମୁଣ୍ଡି ସାହିତ୍ୟ ସଂସଦର ଉପଦେଷ୍ଟା ଡାକ୍ତର ଚନ୍ଦ୍ରମଣି ସ୍ୱାଇଁଙ୍କ ଆଜି ବ୍ରହ୍ମପୁର ସ୍ଥିତ ବାସଭବନରେ ବିୟୋଗ ହୋଇଥିବା ଖବର ପରେ ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ଥାନୀୟ ଶିକ୍ଷକ ଭବନରେ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଶୋକସଭା ଅନୁଷ୍ଠିତ ହେବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବିନାୟକ ଦାଶ , ଡ଼ା ପ୍ରଦୀପ୍ତଚନ୍ଦ୍ର ସିଂ, ଶିବରାମ ସାବତ , ଭାସ୍କର ରାଉତ , ଶରତଚନ୍ଦ୍ର ପଣ୍ଡା , ସିମାଞ୍ଚଳ ପଣ୍ଡା ଉଦୟ ଡାକୁଆ , ଜ୍ୟୋତିରଞ୍ଜନ, ସୋମନାଥ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ଡ଼ା. ଚନ୍ଦ୍ରମଣିଙ୍କ ଡାକ୍ତରୀ ଜୀବନ ସାହିତ୍ୟ କୃତି ସମ୍ପର୍କୀୟ ସ୍ମୁତିଚାରଣ ସହ ଶୋକ ପ୍ରକଟ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )