ସାହାରା ପରିବାର ପରାମର୍ଶ ସବ କମିଟି ବୈଠକ।

­ରାୟଗଡା,୨୩/୧୧(ପିପିଟି);ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ମନ୍ତ୍ରଣାଳୟ ଏବଂ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ଦ୍ୱାରା ପରିଚାଳିତ ସାହାରା ପରିବାର ପରାମର୍ଶ କେନ୍ଦ୍ରର ୪୭ ତମ ସବ କମିଟି ବୈଠକ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ଗୁଣୁପୁର ତହସିଲଦାର ଫର୍ଡିନାଣ୍ଡ ଏକ୍କା, ବିଡ଼ିଓ ଶାନ୍ତିପ୍ରଭା ପ୍ରଧାନ, ଗୁଣୁପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟର ଡକଟର ଚନ୍ଦ୍ରଧ୍ଵଜ ପଣ୍ଡା, ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ମନୋଜ ବେହେରା, ଗୁଣୁପୁର ଅତିରିକ୍ତ ଜିଲ୍ଲାପାଳ ରୀନା ପ୍ରଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ, ବରିଷ୍ଠ ଓକିଲ ଦୁର୍ଗା ମଣିପାତ୍ର, ପରାମର୍ଶଦାତ୍ରୀ ଜୟଶ୍ରୀ ମହାପାତ୍ର, ଗୌରୀ ମହାଙ୍କୁଡ ଏବଂ ଏହି ଅନୁଷ୍ଠାନର ମୁଖ୍ୟ ତଥା ବରିଷ୍ଠ ଓକିଲ ପ୍ରମୋଦ କୁମାର ସାହୁ ଯୋଗ ଦେଇ ବିଭିନ୍ନ ପାରିବାରିକ ମାମଲା ଉପରେ ଆଲୋଚନା କରିଥିଲେ ଉପଜିଲ୍ଲାପାଳ ଜେ ସୋନାଲ ଏହି କେନ୍ଦ୍ରକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ର ରେ ଦୁଇ ହଜାରରୁ ଉର୍ଦ୍ଧ୍ବ ମାମଲା ୠଜୁ ହୋଇଥିବା ବେଳେ ୧୫ ଶହରୁ ଉର୍ଦ୍ଧ୍ବ ପାରିବାରିକ ମାମଲାର ଶୁଣାଣି ହୋଇ ଥିବା କେନ୍ଦ୍ରର ପରାମର୍ଶଦାତ୍ରୀ ତଥା ବରିଷ୍ଠ ଓକିଲ ଜୟଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Comments (0)
Add Comment