ସାର କଳାବଜାରି : ଚିନ୍ତା ରେ ଚାଷୀ ।

କୋଦଳା,୨୬/୦୮(ପିପିଟି) ସମ୍ପ୍ରତି ମହାମାରୀ କରୋନା କାରଣରୁ ଚାଷୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଚଳିତ ବର୍ଷ ବର୍ଷାର ଲୁଚକାଳି ଖେଳ ରେ ଚାଷ କାର୍ଯ୍ଯ ରେ ବାଧା ସୃଷ୍ଟିହୋଇ ଚାଷୀକୂଳ ଚିନ୍ତାରେ ଥିବାବେଳେ ବର୍ତ୍ତମାନ ମୁନାଫାଖୋର ବ୍ୟବସାୟୀଙ୍କ କଳାବଜାରୀ ଓ ସାର ର ଅଭାବି ବିକ୍ରି କ୍ରୁଷକ ଙ୍କ ମେରୁଦଣ୍ଡ କୁ ଦୋହଲାଇ ଦେଇଛି । ଲକ୍ ଡାଉନ ଏବଂ ସଟ୍ ଡାଉନ ରେ ଚାଷୀ ମାନଙ୍କ ଜୀବନ ଜୀବକା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । କୌଣଷି କାମଧନ୍ଦା ନାହିଁ । ରୋଜଗାର ଶୁନ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବେଗୁନିଆପଡ଼ା ବ୍ଲକ ଓ କୋଦଳା ଏନ୍ଏସି ର ବିଭିନ୍ନ ଗ୍ରାମରେ ଚାଷ କାର୍ଯ୍ୟରେ ବ୍ୟବହାର ହେଉଥିବା ପିଡ଼ିଆ (ସାର) ସରକାରୀ କାର୍ୟାଳୟରେ ମିଳୁନାହିଁ । ଏହାର ସୁଯୋଗ ନେଇ ଖୋଲାଯାଇଥିବା କିଛି ଦୋକାନୀ ଆଧାର କାର୍ଡ଼ ନେଇ ସୁଦ୍ଧା ଅତ୍ୟନ୍ତ ଚଢାଦରରେ କଳା ବଜାରୀ କରି ଚଢ଼ା ଦରରେ ଏପରିକି ୟୁରିଆ ସାର କୁ ୪୦୦ ରୁ ୪୫୦ ରେ ବିକ୍ରି କରୁଥିବା ଜଣାପଡ଼ିଛି କିନ୍ତୁ ପ୍ରଶାସନ ଏ ପର୍ଯ୍ୟନ୍ତ କୌଣସି ବି କାର୍ଯ୍ୟାନୁଷ୍ଠାନ ନ ନେଇ ନିରବ ଦ୍ରଷ୍ଟା ପାଲଟିଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।ଆଜିସୁଦ୍ଧା କୋଦଳା ସୋସାଇଟରେ ସାର ର ଦେଖାନାହିଁ । ଚାଷୀ ବାଧ୍ୟହୋଇ ଦୋକାନ ଆଗରେ ଲମ୍ବାଲାଇନ ରେ ଠିଆହୋଇ ଚଢ଼ା ଦରରେ ସାର କିଣୁଛି । ବୁଧବାର କେ.ବରିଡା ପଞ୍ଚାୟତର ନିମିନା ଗ୍ରାମର ବହୁ ଚାଷୀ ସୋସାଇଟିରେ ସାର ଆଣିବାକୁ ଯାଇ ହଟହଟା ହୋଇଥିବା ଜଣାପଡ଼ିଛି । ସେମାନେ କହିବା ପ୍ରକାରେ ଗାଡି ଗାଡି ସାର ଆସୁଥିଲେ ବି ଚାଷୀଙ୍କୁ ସାର ମିଳୁନାହିଁ । ସମ୍ପାଦକ ଯାହାକୁ ଦେବାକୁ ଚାହୁଁଛନ୍ତି ମନଇଚ୍ଛା ଦେଉଛନ୍ତି ଏଵଂ ଯାହା ପ୍ରତି ଦୟାନାହିଁ ତାଙ୍କୁ କିଛି ମିଳୁନାହିଁ ।ପଚାରିଲେ ଓଲଟି ଧମକ ମିଳୁଛି ।ବାଧ୍ୟହୋଇ ସେମାନେ ବାହାର ଦୋକାନ ରୁ ଚଢ଼ାଦରରେ କିଣୁଛନ୍ତି । ଏ ବିଷୟରେ ସୋସାଇଟ ସଭାପତି ଙ୍କ ସହିତ ଯୋଗାଯୋଗ ପରେ ସେ କହିଥିଲେ ଯେ ସାର ଯେଉଁ ପରିମାଣ ରେ ଆସିବା କଥା ଆସୀପାରୁ ନାହିଁ । ଯାହା ଆସୁଛି ସମସ୍ତଙ୍କୁ ବାଣ୍ଟି ଦିଆଯାଉଛି । ସେହିପରି ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ପୁସ୍ତପୁର ଗ୍ରାମର ଏକ ନିର୍ଦ୍ଦିଷ୍ଟ ବ୍ୟବସାୟୀ ୟୁରିଆ ସାର କୁ ୪୫୦ ରୁ ୫୦୦ ରେ ବିକ୍ରି କରୁଥିବା ନେଇ କିଛି ଯୁବଗୋଷ୍ଠି ଓ ସମାଜ ସେବୀ କହିଛନ୍ତି । ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ନିରୀହ ଚାଷୀ ମାନଙ୍କୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ହେଉଛି ।

Comments (0)
Add Comment