ସିମୁଳିଆ,୧୧/୦୮:ଏପଟେ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଚାଲିଥିବା ବେଳେ ସେପଟେ ଛାତ୍ରଛାତ୍ରୀ ବିରୋଧ କରି ବିଦ୍ୟାଳୟ ଫାଟକ ନିକଟରେ ଧାରଣା ବସିବାର ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ସିମୁଳିଆ ବ୍ଲକ ମାର୍କୋଣା ରଘୁନାରାୟଣ ହାଇସ୍କୁଲର କ୍ରୀଡା ଶିକ୍ଷକ ବିଭୁଦତ୍ତ ରଥ ୨୦୧୩ ମସିହାରେ କାର୍ଯ୍ୟରେ ଯୋଗଦାନ କରି ତାଙ୍କର କଟକ ଜିଲ୍ଲା ଜଗତପୁର ସରକାରୀ ବିଦ୍ୟାଳୟକୁ ବଦଳି ହୋଇଛି । ଆଜି ବିଦ୍ୟାଳୟ ପକ୍ଷରୁ ତାଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକ ନିକଟରେ ବିଭୁ ସାରଙ୍କ ବଦଳିକୁ ବିରୋଧ କରି ଧାରଣାରେ ବସିଥିଲେ । ଅଧଘଣ୍ଟାରୁ ଉର୍ଦ୍ଧ୍ୱ ଧାରଣାରେ ବସିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ବୁଝାସୁଝା କରି ବିଦ୍ୟାଳୟକୁ ଆଣିଥିଲେ ।