ସାମ୍ବାଦିକ ମାନଙ୍କ ସହିତ ବନ୍ଧୁମିଳନ କଲେ ଆଶାୟୀ ବିଧାୟକ ପାର୍ଥୀ ବ୍ରଜବନ୍ଧୁ।

ବୋଲଗଡ଼,୨୦/୦୨(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅରିକମା ପଞ୍ଚାୟତ ସ୍ଥିତ ମା’ କୋଶଳାଶୁଣିଙ୍କ ପୀଠରେ ବେଗୁନିଆଁ ବୋଲଗଡ଼ ନିର୍ବାଚନ ମଣ୍ଡଳୀ ର ଆଶାୟୀ ଯୁବ ନେତା ବ୍ରଜ ବନ୍ଧୁ ସୁବୁଦ୍ଧିଙ୍କ ଏକ ସାମ୍ବାଦିକ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଆୟୋଜନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବୋଲଗଡ ଓ ବେଗୁନିଆଁ ନିର୍ବାଚନ ମଣ୍ଡଳୀ ର ବହୁତ ସାମ୍ବାଦିକମାନେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ବ୍ରଜବନ୍ଧୁ ସୁବୁଦ୍ଧି।ସେ ମୁଖ୍ୟମନ୍ତ୍ରୀ ଙ୍କ ଆଦର୍ଶ ତଥା କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଇଛା ବ୍ୟକ୍ତ କରିଥିବା କହିଛନ୍ତି ଶ୍ରୀ ସୁବୁଦ୍ଧି। ତେବେ ବିଜେଡି ପକ୍ଷରୁ ସୁଯୋଗ ମିଳିଲେ ଶ୍ରୀ ସୁବୁଦ୍ଧି ଉକ୍ତ ଅଞ୍ଚଳର ବିଭିନ୍ନ ବିକାଶ ମୂଳକ କରିବେ ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି l ନିର୍ବାଚନ ମଣ୍ଡଳୀରେ ବାକି ରହିଥିବା କେତେକ ମୁଖ୍ୟ କାର୍ଯ୍ୟ ଯଥା -ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅଞ୍ଚଳରେ କୃଷିକୁ ଜଳ ସେଚନ ର ସୁବିଧା ଆଦି କାର୍ଯ୍ୟଗୁଡିକୁ ଉଦ୍ୟମ କରିବେ ବୋଲି କହିଥିଲେ ବ୍ରଜବନ୍ଧୁ।

Comments (0)
Add Comment