(ଆଲେଖ୍ଯ:କେଶବ ଚନ୍ଦ୍ର ନାୟକ,ଏମ.ଏ,ସମାଜ ବିଜ୍ଞାନ)
ସାମ୍ବାଦିକମାନେ ହେଲେ ଚତୁର୍ଥ ସ୍ତମ୍ଭ ।ସମାଜରେ ଯେତେ ସମସ୍ଯା ରହିଛି ସେ ସବୁ ଲୋକ ଲୋଚନକୁ ଆଣିଥାନ୍ତି । ଗ୍ରାମାଞ୍ଚଳର ଅର୍ଥନୈତିକ ସମସ୍ଯା ହେଉ କି ଦାଦନ ସମସ୍ଯା ହେଉ,ପାନୀୟ ଜଳ ସମସ୍ଯା ହେଉକି ରାସ୍ତା ଘାଟର ଜରାଜୀର୍ଣ୍ଣ ସମସ୍ଯା,କୃଷି କ୍ଷେତ୍ରକୁ ଜଳସେଚନ ସମସ୍ଯା ହେଉ କି ମରୁଡି ସମସ୍ଯା ହେଉ,ବାସ ହିନ ଜନତାଙ୍କ ସମସ୍ଯା ହେଉ କି ସ୍ବାସ୍ଥ୍ଯ ସମସ୍ଯା ହେଉ ଜଣେ ସାମ୍ବାଦିକ ଲୋକ ଲୋଚନକୁ ଆଣିଥାଏ । ଅପରାଧ କରୁଥିବା ବ୍ଯକ୍ତି,କଳା ବଜାରି,ଦୁର୍ନୀତିଗ୍ରସ୍ଥ ନେତା କିମ୍ବା ସରକାରୀ କର୍ମଚାରୀ ବିରୁଦ୍ଧରେ କଲମ ମୁନରେ ସ୍ବରକୁ ସାଣିତ କରିଥାଏ ନିର୍ଭୟ ଚିତରେ ।ଯେଉଁମାନେ ସାମ୍ଯବାଦକୁ ବିଶ୍ବାସ କରନ୍ତି,ସାଧାରଣ ଲୋକମାନଙ୍କ ଉତ୍ଥାନ ଚାହାଁନ୍ତି,ଅନ୍ଯାୟ ଅନୀତିକୁ ବିରୁଦ୍ଧ କରନ୍ତି ସେମିତି ଚିନ୍ତାଧାରର ସାମ୍ବାଦିକମାନେ ନମସ୍ଯ ।ତେବେ ଯେଉଁ ସଚୋଟ ସାମ୍ବାଦିକମାନେ ବାସ୍ତବ ଚିତ୍ରକୁ ପ୍ରକାଶ କରନ୍ତି, ବେଳେବେଳେ କ୍ଷମତାଶାଳୀ ବ୍ଯକ୍ତି ବିଶେଷ ସେମାନଙ୍କୁ ପ୍ରଲୋଭିତ କରିବାକୁ ଚାହାଁନ୍ତି । ସେମାନଙ୍କ ମୁହଁ ବନ୍ଦ କରିବା ପାଇଁ କିଛି ଦାମିକା ଉପହାର କିମ୍ବା ମୋଟା ଅଙ୍କର ଅର୍ଥ ପ୍ରଦାନ କରିଥାନ୍ତି । ଯଦି ସେଥିରେ କ୍ଷମତାଶାଳୀ ବ୍ଯକ୍ତିମାନେ ସକ୍ଷମ ହୋଇନଥାନ୍ତି, ତେବେ ଗୁଣ୍ଡା ଲଗାଇ ଭୟ ସୃଷ୍ଟି କରନ୍ତି । ଆଜିକାଲି ସାମ୍ବାଦିକମାନେ ବିଶେଷ କରି ରାଜନୈତିକ ଗୋଷ୍ଠୀଙ୍କ ଆକ୍ରମଣର ଶିକାର ହୋଇଥାନ୍ତି । ଗୁଣ୍ଡା ଶ୍ରେଣୀର ଲୋକଙ୍କ ଦ୍ବାରା ହତ୍ଯା କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।ଯେଉଁ ସାମ୍ବାଦିକମାନେ ପ୍ରଶାସନର ଦୁର୍ନୀତି କିମ୍ବା ଉତ୍କୋଚକୁ ଲୋକଲୋଚନକୁ ଆଣନ୍ତି, ସେମାନଙ୍କୁ ମିଥ୍ଯା ମକଦ୍ଦମାରେ ଫସାଇ ଜେଲ ପଠାଇବାକୁ ଷଢଯନ୍ତ୍ର ରଚିଥାନ୍ତି । ଆଜିକାଲି ସଚୋଟ ସାମ୍ବାଦିକ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କେତେକ ସାମ୍ବାଦିକ କିଛି ଅର୍ଥ ଲୋଭରେ ଅସାଧୁ ବ୍ଯକ୍ତିଙ୍କୁ ସମର୍ଥନ କରି ଗଣ ମାଧ୍ଯମକୁ ଦିଗ ଭ୍ରଷ୍ଟ କରନ୍ତି । ବିଶେଷ କରି ନେତା ମନ୍ତ୍ରୀ ଏବଂ ଅଫିସରମାନଙ୍କର ଚାମଚାଗିରି କରିବାକୁ ପସନ୍ଦ କରନ୍ତି । ଯାହାକି ସାମ୍ବାଦିକ ବୃତ୍ତି ପାଇଁ କଳଙ୍କ । ଆଜି କାଲି କାମଳ ସାମ୍ବାଦିକ ସଂଖ୍ଯା ସମାଜରେ ବୃଦ୍ଧି ପାଉଛି । ପୋର୍ଟାଲ ବା ମୋବାଇଲ ସାମ୍ବାଦିକଙ୍କ ସଂଖ୍ଯା ଛତୁ ଫୁଟିଲା ପରି । ସେମାନଙ୍କୁ କୌଣସି ଅଙ୍କୁଶ ନଥିବା ବେଳେ ସେମାନଙ୍କର ଯୋଗ୍ଯତା ମଧ୍ଯ ନାହିଁ । ଅର୍ଦ୍ଧଶିକ୍ଷିତ ସାମ୍ବାଦିକମାନେ ସାମ୍ବାଦିକ ନାଁରେ ସମାଜକୁ ଦିଗଭ୍ରଷ୍ଟ କରିବାରେ ଉଦ୍ଯମ ରତ । ଫଳରେ ଉଚ୍ଚ ଶିକ୍ଷିତ ସାମ୍ବାଦିକମାନଙ୍କ ସମ୍ମାନ ବା ଗୁରୁତ୍ବ ସେମାନଙ୍କ ପାଇଁ ନଷ୍ଟ ହେଉଛି । ସାମ୍ବାଦିକ ଜଣେ ବିଜ୍ଞ ହେବା ଆବଶ୍ଯକ । ଆଜିକାଲି ପୋର୍ଟାଲ ପରି ଛୋଟମୋଟ ଖବର କାଗଜ ଗୁଡାଏ ପ୍ରକାଶ ପାଉଛି । ଯିଏ ଗଣ୍ଡେ ଖବର କାଗଜ ବିକିଲା,ସେ ସାମ୍ବାଦିକ ହେଲା । ତେଣୁ ହକର ହେଉ ହେଉ ସାମ୍ବାଦିକ I ଯୋଗ୍ଯତାକୁ କିଏ ପଚାରେ ।ଆଜିକାଲି ଯିଏ ଡିଟିପି କଲା ସେ ସବ୍ ଏଡିଟର । ଖବରକାଗଜର ଯିଏ ଏଡିଟର୍ ବା ସଂପାଦକ ତାଙ୍କୁ ସମୟ ନାହିଁ,ସମ୍ବାଦକୁ ପଢିବା ପାଇଁ । ତେଣୁ ସାର୍ଜିତ ସମ୍ବାଦ ପ୍ରକାଶ ନ ପାଇ ଗୁଡାଏ ତୃଟି ପ୍ରତ୍ଯେକ ବାକ୍ଯରେ ପରିଲିଖିତ ହେଉଥାଏ ବର୍ତ୍ତମାନ ଏହି ଧାରା ଅଧିକାଂଶ ଛାପା ଗଣ ମାଧ୍ଯମରେ ଚାଲିଛି । ବୈଦ୍ଯୁତିକ ଗଣ ମାଧ୍ଯମରେ ଯେଉଁ ଖବର ପ୍ରସାରଣ ହେଉଛି, ସେଠାରେ ଓଡିଆ, ଇଂରେଜ ଏବଂ ହିନ୍ଦିର ଏକ ମିଶ୍ରଣ ଭାଷା,ଯାହାକି ବର୍ଣ୍ଣ ଶଙ୍କର ଭାଷା କହିଲେ ଅତ୍ଯୁକ୍ତି ହେବ ନାହିଁ । ଖାଣ୍ଟି ଓଡିଆରେ କହିବା ଭାରି କଷ୍ଟ ! ଏବେ ନେତାମାନେ ନିଜ ନିଜର ଖବର କାଗଜ ଏବଂ ନିଉଜ୍ ଚାନେଲ ଖୋଲି ନିଜର ପ୍ରଶଂସା ଗାନ କଲେଳି । ଫଳରେ ନିପେକ୍ଷତା ସମ୍ବାଦ ବାଟବଣା ହେଲାଣି । ଆଉ କିଛି ଗଣ ମାଧ୍ଯମ ସତ ଲେଖିବାକୁ ଡରନ୍ତି । ଯଦି କୌଣସି ଘଟଣା ଘଟିଲା ଚୋର ଖଣ୍ଟ ଅପରାଧିଙ୍କର ମତାମତକୁ ମଧ୍ଯ ପ୍ରକାଶ କରିଥାନ୍ତି । ଯଦି କୌଣସି ଅପରାଧିକୁ ପଚରା ଯିବ,ତୁ ହତ୍ଯା କରିଛୁ କି ,ସେ କ’ଣ ରାଜି ହେବ କି ଅପରାଧ କରିଛି ବୋଲି ? ଯଦି ଦୁଷ୍କର୍ମକାରୀଙ୍କୁ ପଚରାଯିବ, ତୁ ଦୁଷ୍କର୍ମ କରିଛୁ କି ?ସେ ମନା କରିବ । ଏଣୁ ମତାମତ ନେବାର କି ଆବଶ୍ଯକ ରହିଛି ସେମାନେ ହିଁ ଜାଣନ୍ତି । ବାସ୍ତବରେ ଯେଉଁ ସାମ୍ବାଦିକମାନେ ନେତା ଆଉ ସରକାରୀ କଳ ବିରୁଦ୍ଧରେ ଲଢୁଛନ୍ତି,ସେମାନେ ମୁଦ୍ରାର ଦୁଇଟି ପାର୍ଶ୍ବ । ତୁ ତ ମୁତୁରୀ…ମୁଁ ତ ମୁତୁରୀ ହେଂସ କାହିଁ ପାଇଁ ଧୋଇବା ନ୍ଯାୟରେ ଦୁହେଁ ଦୁହଁଙ୍କ ମଧ୍ଯରେ ମଧୁ ଚନ୍ଦ୍ରିକା । ବର୍ତ୍ତମାନ ରାଜନୀତି ଏକ ବ୍ଯବସାୟ ହେଲାଣି । ଭୋଟ ବେଳେ ଦରିଦ୍ର ଲୋକମାନଙ୍କୁ ଟଙ୍କା ଦେଇ ଭୋଟ କିଣନ୍ତି । ମଦ ମାଂସ ଭୋଜି ଦେଇ ଭୋଟକ ହାତେଇଥାନ୍ତି । ସରକାର ଗରିବଙ୍କ ଲାଗି ମାଳ ମାଳ ଗରିବ ଯୋଜନା କରନ୍ତି ।ମାଗିଖିଆ ରହିଲେ ହିଁ ସରକାରଙ୍କୁ ଲାଭ ହିଁ ଲାଭ । ଏଣୁ ସରକାର ମାଗଣା ଯୋଜନା କରି ଏକ ନର୍ଦ୍ଧିଷ୍ଟ ଗୋଷ୍ଠୀଙ୍କୁ ପଙ୍ଗୁ କରିବାରେ ବ୍ଯସ୍ତ । ମାଗିଖିଆମାନେ ଭାବନ୍ତି ଏ ସରକାର ଭଲ । ଏଣୁ ଗୋଟୀଏ ସରକାର ଦୀର୍ଘ ଦିନ ହେଲା ଖୁଣ୍ଟ ପରି ବର୍ଷ ବର୍ଷ ଧରି ଦଣ୍ଡାୟମାନ । ଶିକ୍ଷିତ ବେକାରୀମାନଙ୍କୁ ନିଯୁକ୍ତ ନାହିଁ । ଓଡିଶା ଶିଳ୍ପ ରେ ଶିଳ୍ପନାହିଁ କି କାରଖାନା ନାହିଁ । ସୁରାଟ ସୂତା କଳକୁ ଦାଦନ ନଖଟିଲେ ପେଟକୁ ଅନ୍ନ ଗଣ୍ଡେ ଓଡିଶାରେ ରହି ଯୋଗାଡ କରିବା କଷ୍ଟ । ମନରେଗା କାମ ସବୁ ମେସିନ ଦ୍ବାରା ହେଉଛି । ଯେତେ ସବୁ ନିର୍ମାଣାଧିନ କାର୍ଯ ଦଳୀୟ ଠିକାଦାରମାନେ କରନ୍ତି । ରାସ୍ତା ଘାଟ,ପୋଲ,କୋଠା ଅତି ନିମ୍ନାନର । ଅଭିଯୋଗ କରିବା କାହାକୁ ?ଗୁହାରୀ କରିବ କାହାକୁ ?କଥାରେ ଅଛି-” ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ” । ସରକାରୀ କାର୍ଯ୍ଯାଳୟରେ ବାଲୁମାନଙ୍କୁ ଲାଞ୍ଚ ନଦେଲେ କାମ ହେଉ ନି । ଛୋଟିଆ କାମକୁ ଏ ଅଫିସ ସେ ଅଫିସ ବୁଲି ବୁଲି ଚପଲ ଘୂକି ଯାଉଛି । କେବଳ ସୂଚନା ଫଳକରେ ଲେଖାଯାଇଛି- “ମୋ ସରକାର”ଲୋକମାନଙ୍କ ଟିକସରେ ଚାଲେ…ଇତ୍ଯାଦି । କାମ କିଛି ନାହିଁ । ଜନତା ଅଭିଯୋଗ କଲେ ମଧ୍ଯ ଫଳ ଶୂନ । ଅଧିକାଂଶ ନେତା ମନ୍ତ୍ରୀ ବର୍ତ୍ତମାନ ଗାଲୁଆ ।ଶୋଷଣକାରୀ, ଦୁର୍ନୀଗ୍ରସ୍ଥ,ମଦ୍ଯପ ଏବଂ ଲମ୍ପଟ । ଶିକ୍ଷାଗତ ଯୋଗ୍ଯତା ଅଣ୍ଡର ମ୍ଯାଟ୍ରିକ । ଓଡିଶାରେ ନାରୀ ନିର୍ଯ୍ଯାତନା,ନାରୀ ଦୁଷ୍କର୍ମ ଅଧିକ ।କୌଣସି ନିର୍ଯାତିତା ନାରୀ କେବେ ବି ନ୍ଯାୟପାଇାର ନଜିର ନାହିଁ ।ଓଡିଶାରେ ବିରୋଧି ଦଳ ନିଷ୍କ୍ରିୟ ।ସମସ୍ତଙ୍କ ପାଟି ଚୁପ କରି ଦିଆ ଯାଇଛି । ଯିଏ ପାଟି କରୁଛି ସେ ପରବର୍ତ୍ତି ସମୟରେ ଶାସକ ଦଳରେ ମିଶି ପଦପଦବୀ ହାତଉଛନ୍ତି । କାଲି ଯେଉଁ ନେତା ଶାସକ ଦଳକୁ ସମାଲୋଚନା କରୁଥିଲା ଆଜି ସିଏ ଗୁଣଗାନ କରୁଛି । ଆମ ମତଦାତାମାନେ ମଧ୍ଯ ନିର୍ଲଜ । ଆମ ଭୋଟକୁ ଏକ ନିର୍ଦ୍ଦିଷ୍ଟ ଦଳକୁ ପ୍ରତି ପାଞ୍ଚ ବର୍ଷରେ ଜିତାଇ ଶାସନ ଗାଦିରେ ବସାଉଛୁ । ଅନ୍ଯ ପକ୍ଷରେ ଯେଉଁ ଦଳଗୁଡିକ ନିର୍ବାଚନ ଲଢି ଲଢି ବିଜୟ ଲାଭ କରନ୍ତି ନାହୁଁ,ସେମାନେ ହତାସ ଏବ ନିରାଶ । ସେମାନଙ୍କ ଅର୍ଥନୈତିକ ଦୁରବସ୍ଥା ଯୋଗୁଁ ଶାସକ ଦଳରେ ପ୍ରଲୋଭନରେ ନିଜର ବ୍ଯକ୍ତତ୍ବ ଏବ ସମ୍ମାନକୁ ବନ୍ଧା ପକାଇବାକୁ ଏକ ପ୍ରକାର ବାଧ୍ଯ ହୁଅନ୍ତି । ଓଡିଶାର ସ୍ଥିତି ଦିନକୁ ଦିନ ସାଙ୍ଘାତିକ । ଓଡିଶ ଋୁଣ କରି ଘିଅ ପିଇବା ପରିସ୍ଥିତି । ମଦ ବିକିଲେ କିଛି ଆୟ ରାଜକୋଷକୁ ଯାଏ । ପେଟ୍ରୋଲ ଡିଜେଲ ବିକିଲେ କିଛି ଅର୍ଥ ମିଳେ । ଏବେ ଟାଟା କମ୍ପାନୀ ହାଚରେ ବିଦ୍ଯୁତ ବିଭାଗ । ଯେଉଁ ରାଜ୍ଯରେ ବିଦ୍ଯୁତ ଉତ୍ପାଦିନ ହୋଇଥାଏ ସେହି ରାଜ୍ଯରେ ବିଦ୍ଯୁତ ଦର ଅନ୍ଯାନ୍ଯ ରାଜ୍ଯ ଠାରେ ଢେର ଅଧିକ । ଆମ ରାଜ୍ଯରୁ ବିଦ୍ଯୁତ କ୍ରୟ କରି କମ ଦରରେ ଲୋକମାନଙ୍କୁ ବିଦ୍ଯୁତ ଯୋଗାଣ ହେଉଥିବା ବେଳେ ଓଡିଶାର ଅବସ୍ଥା ଅସମ୍ଭାଳ । ଭୋଟର ସଚେତନ ନଥିବାରୁ ଏକ ଶୋଷଣକାରୀ ଦଳକୁ ଶାସନରେ ବସାଉଛୁ । ଗାଁ ଗାଁକେ ମଦର ବନ୍ଯା । ଯେଉଁ ଗ୍ରାଞ୍ଚଳ ଦିନେ ଆଦର୍ଶର ସ୍ବର୍ଗ ଭୂମିଥିଲା ସେ ଏବେ ନର୍କରେ ପରିଣତ । ଭାଇ ଚାରା ନଷ୍ଟ Iପ୍ରତି ଦିନ ରାଜନୈତିକ ହିଂସା,ବିଭେଦ, ଗୁଣ୍ଡାରାଜ । ଥାନା କୋର୍ଟ ତଚେରୀରେ ସରଳ ଜୀବନ ଦୁର୍ବିସହ । ସରକାରୀ ଯୋଜନା ସବୁ ଶାସକ ଦଳର କର୍ମୀମାନେ ଲାଭ ଉଠାଉଥିବା ବେଳେ ଅନ୍ଯ ଦଳକୁ ସମର୍ଥିତ ଜନତା ସବୁଥିରୁ ବଞ୍ଚିତ । ତେବେ ବିକାଶ କାହାର ହେଉଛି, ବିନାଶ କାହାର ହେଉଛି ଚିନ୍ତା କରିବାର ସମୟ ଆସିଛି । ଯେଉଁମାନେ ମୁଦ୍ଦକୁ ଉଠାନ୍ତି,ସତ୍ଯ ସମ୍ବାଦ ପରିବେଶଣ କରନ୍ତି,ତାଙ୍କୁ ଗୁଣ୍ଡା ଲଗାଇ ପିଟା ଯାଏ । ଜୀବନରୁ ମାରିବା ପାଇଁ ପଛାନ୍ତି ନାହିଁ । କେତେକ ଚାଟୁକାର ସାମ୍ବାଦିକ ମୁର୍ଖ ନେତାଙ୍କ ପଛରେ ଗୋଡାଇ ତାଙ୍କୁ ହିରୋ ସଜାଇ ଦିଅନ୍ତି । ତାଙ୍କର ଅନ୍ଯାୟ ଅନୀତିକୁ ସମର୍ଥନ କରି ଶତ ପ୍ରଶଂସାରେ
ପୋତି ପକାନ୍ତି । ନିଜ ସ୍ବାର୍ଥ ସାଧନରେ ଗଣ ମାଧ୍ଯମ ପଥ ଭ୍ରଷ୍ଟ Iଚୋରକୁ ସାଧୁ ଏବଂ ସାଧୁକୁ ଚୋର ବନାଇବାର କଳା କୌଶଳ ପ୍ରୟୋଗ କରନ୍ତି । ସେମିତି ଗଣ ମାଧ୍ଯମ ପ୍ରତିନିଧିମାବଙ୍କୁ ସମାଜ ଘୃଣା କରେ । କିଛି ସାମ୍ବାଦିକ ରାଜନୈତିକ ବ୍ଯକ୍ତି ବିଶେଷଙ୍କର ହାତ ବାରିସି ହୋଇ ଠିକାଦାର କାର୍ଯ୍ଯରେ ସଂପୃକ୍ତ । ନିଜେ ନିମ୍ନମାନର କାମ କରି ଚତୁର୍ଥ ସ୍ତମ୍ଭ କାର୍ଯ୍ଯକୁ ବାଟବଣା କରିବାରେ କିଛି କଳଙ୍କିତ ସାମ୍ବାଦିକମାନେ ବର୍ତ୍ତମାନ ଅଗ୍ରଦୂତ । ଆଜି ସମାଜ ଦିନକୁ ଦିନ ରସାତଳଗାମୀ । ବର୍ତ୍ତମାନ ସମାଜିକ ଚିତ୍ର ରାଜନୈତିକ ପଶାପାଲିରେ ପରିବର୍ତ୍ତିତ । ସବୁ ଦିଗର ରୁଗଣ,କଦାକାର,ବିଭତ୍ସ Iମହଙ୍ଗା ଏବଂ ଦାରଦ୍ରତାର କଷାଘାତରେ ପୀଡିତ । ଗୋଟାଏ ସୁସ୍ଥ ସମାଜ ନିର୍ମାଣ କରିବାକୁ ହେଲେ ଯେଉଁମାନେ ଉତ୍ତମ ସାମ୍ବାଦିକ ରାଜନିକୁ ଆସିବା ଆବଶ୍ଯକ ।
ଏଥି ପାଇଁ ହିନ୍ଦୀ ସିନେମା “ନାୟକ” ସମସ୍ତ ସାମ୍ବାଦିକମାନଙ୍କ ଲାଗି ପ୍ରରଣର ଉତ୍ସ । ବାସ୍ତବରେ ଜନତାଙ୍କର ସେବା କରିବାକୁ ହେଲେ ସାମ୍ବାଦିକମାନେ ରାଜନିତିରେ ପ୍ରବେଶ କରି ମଙ୍ଗ ଶଳଖିବାକୁ ହେବ ।
କଲମ ମୁନରେ ଆଉ କେତେ ଦିନ ଦାରିଦ୍ର କରୁଣ ଚିତ୍ରକୁ ଅଙ୍କନ କରିବ ? “ଉଠ କଙ୍କାଳ” କବିତାକୁ ଥରେ ପାଠ କରି ସବୁ ସାମ୍ବାଦିକମାନେ ଜାଗ୍ରତ ହୁଅ ଏବଂ ଦେଶର ଗଣତନ୍ତ୍ରର ଭାଗ୍ଯକୁ ବଦଳାଇବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ଯକ ।
ଆଜିର ରାଜନୈତିକ ପ୍ରେକ୍ଷାପଟ୍ଟରେ ସମସ୍ତ ଗଣମାଧ୍ଯମ ପ୍ରତିନିଧିମାନଙ୍କୁ ଆହ୍ବାନ ଯେ ସେମାନେ ଆଉ ନିରବ ନରହି ନେତା ହେବା ପାଇଁ ଦୃଢ ସଂକଳ୍ପ ଗ୍ରହଣ କରନ୍ତୁ ।
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭