ଉଲୁଣ୍ଡା,୦୬/୦୩(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଟିକିରାପଡ଼ାରେ ଅଘଟଣ ।ସାମାନ୍ୟ ବଚସାକୁ ନେଇ ଜଣକୁ ଗୁଳିକରି ହତ୍ୟା ଅଭିଯୋଗ । ମୃତକ ଜଣକ ହେଲେ ଟିକିରାପଡା ଗ୍ରାମର ବାବୁଲୁ ମେହେର ।ଆଜି କୌଣସି କାରଣରୁ ଉଭୟ ପଡ଼ୋଶୀ ବାବୁଲୁ ମେହେର ଓ ମୁରଲୀ ମେହେରଙ୍କ ମଧ୍ୟରେ ବଚସା ହୋଇଥିଲା । ଶେଷରେ କଥା କଟାକଟି ଉଗ୍ରରୂପ ଧାରଣ କରି ଗୁଳିକାଣ୍ଡ ପର୍ଯ୍ୟନ୍ତ ଯାଇଥିଲା ।ଗାଁର ମୁରଲୀ ମେହେର ବାବୁଲୁକୁ ଗୁଳି କରିଥିବା ଜଣାପଡ଼ିଛି । ଆହତ ଅବସ୍ଥାରେ ବାବୁଲୁ କୁ ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।ଶେଷରେ ଚିକିତ୍ସାଧୀନ ଅବସ୍ଥାରର ବାବୁଲୁର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଗୁଳିକରିଥିବା ମୁରଲିକୁ ସୁବଲୟା ପାଲିସ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।
(ରିପୋର୍ଟ-ଶାନ୍ତନୁ କର୍ଣ୍ଣ ।)