ସାମାଜିକ ସମୀକ୍ଷକ ମାନଙ୍କ ଏକ ଦିବସୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୩୧/୧୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ସଦର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଚ୍ଛତା ସମିତି ଓ ପଂଚାୟତିରାଜ ପାନୀୟଜଳ ବିଭାଗ ଓଡିଶା ସରକାର ତରଫରୁ ଆଜି ଏକ ଦିବସୀୟ ସମଗ୍ର ଶିକ୍ଷ୍ୟା ସମ୍ୱନ୍ଧୀୟ କ୍ଲଷ୍ଟର ସାମାଜିକ ସମୀକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ୍ ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକ୍ରମ କୁ ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଲ୍ଲବୀରାଣୀ ରାଜ ଯୋଗ ଦେଇ ଉଦଘାଟନ କରିଥିଲେ । ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ତାଲିମଦାତା ଭାବରେ ସମଗ୍ର ଶିକ୍ଷା ଆଇ ଇ ଡ଼ି ସଂଯୋଯକ ସଚ୍ଚିଦାନନ୍ଦ ସାହୁ, ବ୍ଲକ ସାମାଜିକ ସମୀକ୍ଷକ ମୋନଜ ସେଠି, ସଂଜୟ ବଡ଼ମାଳୀ, ସୁଦାମ ଗାଈଗରିଆ, ଗପକୃଷ୍ଣ ରାଉତ ଯୋଗ ଦେଇ ସମଗ୍ର ଶିକ୍ଷ୍ୟା ଯୋଜନା ଉପରେ ଆଲୋଚନା କରିଥିଲେ, ଏଥିରେ ଜିଲ୍ଲା ର ସମସ୍ତ ବ୍ଲକ ରୁ ୪୦ ଜଣ ଗ୍ରାମ ସମ୍ବଳ କର୍ମୀ ଯୋଗ ଦେଇ ତାଲିମ୍ ଗ୍ରହଣ କରିଥିଲେ ।

ରିପୋର୍ଟ- ଶାନ୍ତନୁକୁମାର କର୍ଣ୍ଣ

 

Comments (0)
Add Comment