ସାମାଜିକ ନାଟକ ‘ସୁଖ ହଜିଗଲା ଅଧା ବାଟରେ’ ମଞ୍ଚସ୍ଥ ।

ସୁବର୍ଣ୍ଣପୁର ,୧୬/୧୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରାମହରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବଡ଼ ବରଡ଼ାକଟା ଠାରେ ମାହେଶ୍ୱରୀ ନାଟ୍ୟ ସଂସଦ ତରଫରୁ ମାସବ୍ୟାପି ଲଷ୍ମୀପୂଜା ଉଦଯାପନୀ ଅବସରରେ ସାମାଜିକ ନାଟକ ‘ସୁଖ ହଜିଗଲା ଅଧା ବାଟରେ’ ମଞ୍ଚସ୍ଥ ହୋଇଯାଇଛି।୧୯୮୪ ମସିହା ରୁ ଆରମ୍ଭ ହୋଇଥିବା ଲଷ୍ମୀପୂଜା ଏହି ବର୍ଷ ଚାଳିଶ ବର୍ଷ ରେ ପଦାର୍ପଣ କରିଛି। ପୂର୍ଵ ରୁ ଗ୍ରାମର ସୌଖିନ କଳାକାର ମାନଙ୍କ ଦ୍ୱାରା ମାର୍ଗଶିର ମାସ ପ୍ରତି ଗୁରୁବାର ପୌରାଣିକ ନାଟକ ଲଷ୍ମୀ ପୁରାଣ କରାଯାଉଥିଲା।‌ କିଛି ବର୍ଷ ହେବ ସାମାଜିକ ନାଟକ ପରିବେଷଣ କରାଯାଉଛି!ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସଭାରେ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ଚମ୍ପାମାଲ ସମିତି ସଭ୍ୟ ଲଷ୍ମୀ ନାରାୟଣ ପୁରୋହିତ, ମାହେଶ୍ୱରୀ ନାଟ୍ୟ ସଂସଦ ସଭାପତି ରତନ ନାୟକ ଓ ଉପଦେଷ୍ଟା ଅକ୍ଷୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା ହିମାଂଶୁ ପଣ୍ଡା କରିଥିବା ବେଳେ ଆନନ୍ଦ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।ଦେବବ୍ରତ ପୁରୋହିତ ଓ ନରେଶ ପଧାନ ନିର୍ଦ୍ଦେଶିତ ନାଟକ ରେ ଅଗସ୍ତି ରଣା, ସୁମନ ବେଲଘରିଆ, ସାନ ଦେହେରି, ବିଦ୍ୟା ଦେହେରି, ସୁନୁ ପୁରୋହିତ,ଗଣେଶ କର୍ଣ୍ଣ, ଶଙ୍ଖବ୍ରତ ପୁରୋହିତ, ରଥି ଗାଈଗରିଆ, ବିଶ୍ୱ ଗାଈଗରିଆ, ବିନୋଦ ଗାଈଗରିଆ,ବୁଦ୍ଧ ଦେବ ସାହୁ, ବ୍ୟାସଦେବ ସାହୁ,ଅଭିନୟ କରିଥିଲେ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment