ଭଞ୍ଜନଗର, ୨୬/୧୧(ପିପିଟି):ଆଜି ସାବିତ୍ରୀ ମହିଳା ମହା ବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହେଇ
ଯାଇଛି। ଏଥିରେ ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।କଲେଜ ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ମଲିକ ସଭାରେ ଅଧ୍ୟକ୍ଷତା କରି ସାମୁହିକ ଭାବେ ସମ୍ବିଧାନର ମୁଖପାତ୍ର ପଠନ କରାଇଥିଲେ। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ସଂଯୁକ୍ତା ପଟ୍ଟନାୟକ ସମ୍ବିଧାନର ବିଷେଶତ୍ୱ ବିଷୟରେ ଛାତ୍ରୀ ମାନକୁ କହିଥିଲେ। ଇତିହାସ ବିଭାଗର ଅଧ୍ୟାପିକା ସୁପ୍ରଭା ବେହେରା ଅତିଥି ସ୍ବାଗତ ସହ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବିଧାନ ଦିବସ ଅବସରରେ କୁଇଜ୍, ପ୍ରବନ୍ଧ ଲିଖନ, ବକ୍ତୃତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି ସଭାରେ ପ୍ରେମଚାନ୍ଦ ମଲ୍ଲିକ, ସନ୍ତୋଷ କୁମାର ମହାନ୍ତି, ସୁରଜ୍ ସାସମଲ, ରଶ୍ମିତା ବେହେରା,ପୁଷ୍ପା ପଟ୍ଟନାୟକ ଆଦି ଅଧ୍ୟାପକ ଅଧ୍ୟାପିକା ମାନେ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ।
ରିପୋର୍ଟ- ଜେ କେ ପଟ୍ଟନାୟକ