ସାବିତ୍ରୀ ମହିଳା କଲେଜରେ ମିଳିବ ହଷ୍ଟେଲ ସୁବିଧା ।

ଭଞ୍ଜନଗର, ୦୮/୦୭(ପିପିଟି):ଆଜି ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ନୂତନ ଅଧ୍ୟାପିକା ଡ. ମଞ୍ଜୁ ଦାସଙ୍କୁ କଲେଜ ତରଫରୁ ଆନୁଷ୍ଠାନିକ ରୂପେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସୁଶାନ୍ତ କୁମାର ମଲ୍ଲିକଙ୍କ ସୂଚନା ଅନୁଯାୟୀ ଡ. ମଞ୍ଜୁ ନୟାଗଡ଼ ବାଳିକା ମହାବିଦ୍ୟାଳୟରୁ ବଦଳି ହୋଇ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ଯୋଗ ଦେଇଛନ୍ତି। ସେ ଜଣେ ବିଶିଷ୍ଟ ଶିକ୍ଷାବିତ୍, ଛାତ୍ରୀ ସ୍ନେହୀ, ଆଊ ଜଣେ ଉତ୍ତମ ଶିକ୍ଷାଦାତ୍ରୀ ଓ ମହାବିଦ୍ୟାଳୟ ତାଙ୍କ ପରି ଅଧ୍ୟାପିକାଙ୍କୁ ପାଇ ଗର୍ବିତବୋଲି ଅଧ୍ୟକ୍ଷ ଡ଼. ମଲ୍ଲିକ ସୂଚନା ଦେଇଛନ୍ତି! ସମସ୍ତ କର୍ମଚାରୀଙ୍କ ସହ ଏକାଠି ହୋଇ ମହାବିଦ୍ୟାଳୟର ସର୍ବାଙ୍ଗ ଉନ୍ନତିରେ ସହଯୋଗ କରିବାକୁ ଅଧ୍ୟକ୍ଷ ଡ଼ ମଲ୍ଲିକ ତାଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଆଜି ଯୁକ୍ତ ଦୁଇର ନୂତନ ଛାତ୍ରୀ ମାନଙ୍କର ନାମଲେଖା ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରଥମ ଥର ପାଇଁ ମହାବିଦ୍ୟାଳୟରେ ଆର୍ଥିକ ସ୍ୱଚ୍ଛତାକୁ ଆଖିଆଗରେ ରଖି ଅଧ୍ୟକ୍ଷ ନାମଲେଖା ପ୍ରକ୍ରିୟା ଅନଲାଇନ ଜରିଆରେ କରାଇଛନ୍ତି। ଯୁକ୍ତ ଦୁଇର ନୂତନ ଛାତ୍ରୀମାନେ ନୂତନ ଡ୍ରେସ କୋଡରେ ଆସିବେ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ଓ ପିଲାମାନଙ୍କ ସୁଭିଧାକୁ ଆଖିଆଗରେ ରଖି ଚଳିତ ବର୍ଷ ହଷ୍ଟେଲର ସୁବିଧା ମିଳିବ ତେଣୁ ଛାତ୍ରୀମାନେ ହଷ୍ଟେଲ ସେବା ପାଇଁ ଆବେଦନ କରିବାକୁ ଜଣାଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment