ସାବିତ୍ରୀରେ ଜ୍ଵାଇଁଙ୍କୁ ଆକ୍ରମଣକରି ଶଶୁର ଗିରଫ ।

ବେଲଗୁଣ୍ଠା,୧୧/୦୬(ପିପିଟି), ସାବିତ୍ରୀ ବ୍ରତରେ ନିଜ ଝିଅର ସିନ୍ଦୁରକୁ ଆକ୍ରମଣ କରିଛି ବାପା । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବେଲଗୁଣ୍ଠା ବ୍ଳକ୍ ଗୋଠାଳି ଗ୍ରାମରେ । ସୂଚନା ପ୍ରକାରେ ଏହି ଗ୍ରାମର ସୁଶାନ୍ତ ଜେନା ନିଜ ଝିଅ ସଙ୍ଗୀତାକୁ ଚାରି ବର୍ଷ ତଳେ ପ୍ରଦୀପଙ୍କ ସହ ବିବାହ କରାଇଥିଲେ । କିନ୍ତୁ ପ୍ରଦୀପ ଏବଂ ସଙ୍ଗୀତାଙ୍କ ମଧ୍ୟରେ ମନୋମାଳିନ୍ଯ ଯୋଗୁଁ ସଙ୍ଗୀତା କିଛି ଦିନ ହେବ ନିଜ ବାପା ସୁଶାନ୍ତଙ୍କ ଘରେ ରହି ଆସୁଥିଲେ । ଆଜି ସାବିତ୍ରୀ ବ୍ରତ ଥିବା ବେଳେ ପ୍ରଦୀପ ସୁଶାନ୍ତଙ୍କ ଘରକୁ ଯାଇ ନିଜ ସ୍ତ୍ରୀ ସଙ୍ଗୀତାଙ୍କୁ ଘରକୁ ଫେରିଯିବା ପାଇଁ ଡାକିଥିଲେ । କିନ୍ତୁ ସମୟ ମଧ୍ୟରେ ପ୍ରଦୀପ ଏବଂ ଶଶୁର ସୁଶାନ୍ତ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସୁଶାନ୍ତ ଏକ ଠେଙ୍ଗା ସାହାଯ୍ୟରେ ଜ୍ଵାଇଁ ପ୍ରଦୀପକୁ ଆକ୍ରମଣ କରିଥିଲା । ଫଳରେ ପ୍ରଦୀପର ମୁଣ୍ଡ ଫାଟିଯିବା ସହ ସେ ଗୁରୁତର ଆହତ ହୋଇଥିଲା I ଘଟଣା ନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ ୧୨୭/୨୧ ରେ ଏକ ମାମଲା ରୁଜୁ ହେବା ସହିତ ଶଶୁର ସୁଶାନ୍ତକୁ ଗିରଫ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment