କୋଦଳା,୦୮/୦୯(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ସାପ କାମୁଡା ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହଁସତୁଳି ଗ୍ରାମର ପ୍ରଭାକର ସ୍ୱାଇଁ ଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ସ୍ଵାଇଁ (୫୪) ନିଜ ଘର ବାରିପଟେ ଥିବା କାଠ ଗଦା ଉପରୁ ଥୁଆ ହୋଇଥିବା ଏକ ଲୁଗା ବାହାର କରିବା ସମୟରେ ଲୁଗା ତଳେ ଏକ ବିଷଧର ସାପ ତାଙ୍କ ହାତ କୁ ଚୋଟ ମାରିଦେଇଥିଲା । ସେ ଚିତ୍କାର କରିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଖଲ୍ଲିକୋଟ ମେଡିକାଲ୍ କୁ ନିଆ ଯାଇଥିଲା । କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି ।ତାଙ୍କ ପରିବାରକୁ ଆର୍ଥିକ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଗ୍ରାମବାସୀ ଦାବୀ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)