ସାପ କାମୁଡ଼ାରେ ଛାତ୍ରର ମୃତ୍ୟୁ ଘଟଣା, ରେଡ଼କ୍ରସ ପାଣ୍ଠିରୁ ୩୦ ହଜାର ପ୍ରଦାନ ।

କୋଦଳା,୦୪/୦୯(ପିପିଟି): ମଙ୍ଗଳବାର କୋଦଳା ରେଞ୍ଜରବଙ୍ଗଳା ସାହିରେ ଏକ ନାଗସାପ ଦନସନ ରେ ପଞ୍ଚମ ଶ୍ରେଣୀ ଛାତ୍ର ର ମୃତ୍ୟୁ ହୋଇଥିବା ବେଳେ ବୁଧବାର ସନ୍ଧ୍ୟାରେ ରେଡ଼କ୍ରସ ପାଣ୍ଠିରୁ କୋଦଳା ତହସିଲଦାର ତଥା ଭାରପ୍ରାପ୍ତ ବେଗୁନିଆପଡା ବ୍ଲକ ବିଡ଼ିଓ ସସ୍ମିତା ଶତପଥୀ ମୃତ୍ୟୁବରଣ କରିଥିବା ଛାତ୍ର ର ପରିବାର ନିକଟରେ ପହଞ୍ଚି ୩୦୦୦୦/- ତିରିଶ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହି ସମୟ ରେ ବ୍ଲକ ସହକାରୀଯନ୍ତ୍ରୀ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ରୁ ଆସି କୋଦଳା ରେଞ୍ଜର ବଙ୍ଗଳା ସାହିରେ ଥିବା ଅଜାଘରେ ରହି ଖଡୁରା ସାହି ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଲକ୍ଷ୍ମଣ ଗୌଡ଼ ଓ ସନ୍ତୋଷିନୀ ଗୌଡ଼ଙ୍କ ପୁତ୍ର ଆଦିତ୍ୟ କୁମାର ଗୌଡ଼ ଙ୍କୁ ଶୋଇଥିବା ଅବସ୍ଥାରେ ନାଗସାପ ଦନସନ କରିଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ଆଦିତ୍ୟକୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ ସୁଦ୍ଧା ତାର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment