ସାନପଦର ଗ୍ରାମପଞ୍ଚାୟତରେ ହିତାଧିକାରୀଙ୍କୁ ନୂଆ ରାସନକାର୍ଡ ବଣ୍ଟନ।

ବୋଲଗଡ,୨୯/୧୧(ପିପିଟି): ବୋଲଗଡ ସ୍ଥିତ ସାନପଦର ଗ୍ରାମପଞ୍ଚାୟତରେ ଆଜି ଯୋଗ୍ୟହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଛି ।ପୂର୍ବରୁ ଇଶ୍ରମ କାର୍ଡ ପାଇଥିବା ହିତାଧିକାରୀମାନଙ୍କର ତାଲିକା ବ୍ଲକକୁ ଆସିଥିଲା । ସେହି ଇଶ୍ରମ କାର୍ଡ ମାଧ୍ୟମରେ ଆସିଥିବା ତାଲିକା ଅନୁଯାୟୀ ଉପଯୁକ୍ତ ହିତାଧିକାରୀଙ୍କୁ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସହଯୋଗକ୍ରମେ ଆଜି ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ ଓ ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଆଜି ସାନପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଛି । ଗ୍ରାମପଞ୍ଚାୟତର ୪ ଟି ଗ୍ରାମ ରାସୋଳ, କୃଷ୍ଣସରଣପୁର ଓ ସାନପଦରର ମୋଟ ୫୩ଜଣ ଲୋକମାନେ ରାସନ କାର୍ଡ ପାଇ ତିନି ମାସର ଚାଉଳ ନେଇଥିଲେ । ସମସ୍ତ ଗରିବ ହିତାଧିକାରୀମାନେ ଖୁସିବ୍ୟକ୍ତ ହୋଇ ରାସନକାର୍ଡ ନଥିବାରୁ ଖାଇବା ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଆଜି ରାସନ କାର୍ଡ ପାଇ ସବୁ ସମସ୍ୟାର ସମାଧାନ ହୋଇପାରିଛି ବୋଲି କହି ଅତ୍ୟନ୍ତ ଖୁସି ପ୍ରକାଶ କରି ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ ଏବଂ ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ଧନ୍ୟବାଦ ଦେଇଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

Comments (0)
Add Comment