ସାନଖେମୁଣ୍ଡି,୨୮/୧୦(ପିପିଟି); ଦକ୍ଷିଣ ଓଡିଶାର ଆଦିବାସୀ ସଂସ୍କୃତି ଯୁଗଯୁଗ ପାଇଁ ଏକ ପ୍ରବାହମାନ ଧାରା । ଏଭଳି ଆଦିମ ପରମ୍ପରା ଏକ ଭିନ୍ନ ସ୍ୱତନ୍ତ୍ରତା ରେ ପରିପୂର୍ଣ । ଦକ୍ଷିଣ ଓଡିଶାର ଆଦିବାସୀ ସମ୍ପ୍ରଦାୟର ଭାଷା ପ୍ରକୃତି ପୂଜା ଜୀବନଚର୍ଯ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ସର୍ବଦା ଗବେଷଣାସାପେକ୍ଷ । ତଥାପି ଉଜ୍ଜଳ ପରମ୍ପରାର ଗୌରବ ଗାଥାକୁ ବହନ କରୁଥିବା ଆଦିବାସୀ ସମାଜରେ ବିକାଶ ପହଞ୍ଚି ପାରିଲେ ଅନେକ ପ୍ରଥା ପରମ୍ପରା ମାନବ ସମାଜକୁ ଦିଗଦର୍ଶନର ମାର୍ଗ ଦେଖାଇବ ବୋଲି ଆଜି ସାନଖେମୁଣ୍ଡି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଓ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସଭାପତି ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ ସମ୍ପାଦକ ଶିବରାମ ସାବତ ପ୍ରାରମ୍ଭିକସୂଚନା ସହ ଉପ ସଭାପତି ବିନାୟକ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆସରକୁ ମୁଖ୍ୟଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ରିଡ଼ର ଡ଼ଃ ପ୍ରକାଶଚନ୍ଦ୍ର ଦାଶ ଯୋଗ ଦେଇ ଉଦଘାଟନ କରିଥିଲେ । “ଦକ୍ଷିଣ ଓଡିଶାର ଆଦିବାସୀ ସଂସ୍କୃତି” ଶୀର୍ଷକ ଆଲୋଚନାଚକ୍ର ରେ କୋରାପୁଟ ଜିଲ୍ଲା କୁମ୍ଭାରୀପୁଟ ସରକାରୀ ବିଜ୍ଞାନ କଲେଜ ଅଧ୍ୟାପକ ଡ଼ଃ ସନ୍ତୋଷ କୁମାର ପୃଷ୍ଟି ଆଲୋଚକ ଭାବେ ସନ୍ଦର୍ଭ ପାଠ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜୟ କେତନ ସଂଘ ପ୍ରତିଷ୍ଠାତା ବିଜୟ କୁମାର ପାଢ଼ୀ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର ଯୋଗ ଦେଇ ଆଦିବାସୀ ସଂସ୍କୃତିର ମହନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଆସରରେ ଡ଼ଃ ପ୍ରକାଶଚନ୍ଦ୍ର ଦାଶଙ୍କ ଲିଖିତ “ମୁଁ ଚନ୍ଦ୍ରସେଣା କହୁଛି “ଡ଼ା ପ୍ରଦୀପ୍ତଚନ୍ଦ୍ର ସିଂଙ୍କ ଲିଖିତ “ମୋହ ମୁଦ୍ଗର “ଓ “ସ୍ବଦେଶୀ ଆନ୍ଦୋଳନ ” ପୁସ୍ତିକାକୁ ଡ଼ଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅତିଥିମାନେ ଉନ୍ମୋଚନ କରିଥିଲେ । ବିନାୟକ ଦାଶଙ୍କ ସଭାପତିତ୍ବରେ ୨ ୟ ଅଧିବେଶନରେ ଅତିଥିଭାବେ କବି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, କବି ପଦ୍ମଚରଣ ମେକାପ, ଡ଼ଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ । ସମ୍ପାଦକ ଶିବରାମ ସାବତ, ସହ ସମ୍ପାଦିକା ସୁରଭି ରାଣୀ ନାୟକ ସଂଯୋଜନା କରିଥିବାବେଳେ କବି ବୃନ୍ଦାବନ ବାଡ଼ତ୍ୟା, ଏ ପ୍ରଶାନ୍ତ କୁମାର ଆଚାରୀ ,ଅନାଦି ପାଣିଗ୍ରାହୀ, ଭାସ୍କର ରାଉତ, ରୋହିତ ଜେନା, ବେଣୁଧର ତ୍ରିପାଠୀ, ଶିଶୁକବି ବିଶ୍ୱଜିତା ତ୍ରିପାଠୀଙ୍କ ସମେତ ଅତିଥିମାନେ ସ୍ୱରଚିତ କବିତା ପାଠ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )