ସାନଖେମୁଣ୍ଡି,୦୫/୧୧(ପିପିଟି):ଆଗକୁ ଆସୁଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ଯାହାକୁ ନେଇ ପଞ୍ଚାୟତ ମାନଙ୍କରେ ଦଳୀୟ କର୍ମୀମାନେ ନିଜ ନିଜର ଆସନ୍ନ ସଜାଡିବାକୁ ନିଜ ମନ ପସନ୍ଦର ପ୍ରାର୍ଥୀ ଚୟନ କରିବାରେ ଲାଗିଛନ୍ତି । ଏହା ପୂର୍ବରୁ ସାନଖେମୁଣ୍ଡି ବିଜୁ ଜନତା ଦଳର ନୁତନ ସଭାପତି ଭାବେ ଆଡପଡା ସରପଞ୍ଚ ନୀଳମାଧବ ରାଉତଙ୍କୁ ମନୋନୀତ କରାଯାଇଥିବା ଜିଲ୍ଲା ସଭାପତି ଡ଼ଃ .ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ସାନଖେମୁଣ୍ଡି ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡି ସଙ୍ଗଠନରେ ପ୍ରମୁଖ ଅଂଶୀଦାର ଭାବେ ଦଳୀୟ କାର୍ଯ୍ୟକ୍ରମ ସହ ନିଜ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟଧାରାକୁ ନେଇ ଜିଲ୍ଲା ତଥା ରାଜ୍ୟ ନେତୃତ୍ବଙ୍କ ପ୍ରୀୟଭାଜନ ହୋଇ ବ୍ଲକ ସଭାପତି ଭାବେ ନିଯୁକ୍ତ ପାଇଥିବାରୁ ଶ୍ରୀ ରାଉତ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ନନ୍ଦିନୀ ଦେବୀଙ୍କ ସହ ଜିଲ୍ଲା ସଭାପତି ଡ଼ଃ. ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ସହିତ ବିଜେଡିର ଆଦର୍ଶକୁ ନେଇ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳୀୟ ସଫଳତାକୁ ନେଇ ଆଶାବାଦୀ ଥିବା ନିଜ ପ୍ରତିକ୍ରିୟା ରଖିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )