ସାନଖେମୁଣ୍ଡି ବ୍ଲକ ରେ ନୂତନ ବିଡ଼ିଓଙ୍କ ଦାୟିତ୍ଵ ଗ୍ରହଣ ।

ସାନଖେମୁଣ୍ଡି,୨୫/୧୦(ପିପିଟି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ମିଶ୍ର ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ପୂର୍ବରୁ କାର୍ଯ୍ୟରତ ରହିଥିବା ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ଆସିକା ଚିନି ଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଭାବରେ ବଦଳି ହୋଇଥିବା ବେଳେ ନୂତନ ବିଡ଼ିଓ ଙ୍କୁ ଦାୟୀତ୍ବ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଦାୟିତ୍ଵରେ ରହିଥିବା ଶ୍ରୀ ମିଶ୍ର ଆଜି ସାନଖେମୁଣ୍ଡି ବ୍ଳକରେ ଯୋଗଦାନ କରିଛନ୍ତି । ଯାହାଫଳରେ ସାନଖେମୁଣ୍ଡି ବ୍ଲକରେ କାର୍ଯ୍ୟରତ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ନବାଗତ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ସାନଖେମୁଣ୍ଡି ବ୍ଳକର ସମସ୍ତ ପଞ୍ଚାୟତରେ ରହିଥିବା ମୌଳିକ ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦେବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ଅନୁଦାନ ରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ଯେଭଳି ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚି ପାରିବ । ଯାଦ୍ବାରା ପ୍ରକୃତ ଗରିବ ହିତାଧିକାରୀ ମାନେ ଉପକୃତ ହୋଇପାରିବେ ବୋଲି ନିଜ ପ୍ରତିକ୍ରିୟାରେ ଦାୟିତ୍ଵ ଗ୍ରହଣ କରିଥିବା ଅଧିକାରୀ ଶ୍ରୀ ମିଶ୍ର କହିଛନ୍ତି ।

ରିପୋର୍ଟ -ଆରତ କୁମାର ହୋତା

Comments (0)
Add Comment