“ସାନଖେମୁଣ୍ଡିର ଐତିହ୍ୟ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ।

ସାନଖେମୁଣ୍ଡି,୨୭/୦୯(ପିପିଟି) : ବ୍ରିଟିଶ ବିରୋଧୀ ସଂଗ୍ରାମ ସହ ଭାଷା ସାହିତ୍ୟ କଳା ସଂସ୍କୃତି ପରମ୍ପରାକୁ ସାନଖେମୁଣ୍ଡିର ଅବଦାନ ଅତୁଳନୀୟ । ଏକଦା କନ୍ଧମାଳ ଗଜପତି ପର୍ଯ୍ୟନ୍ତ ସୁବିସୃତ ସାନଖେମୁଣ୍ଡି ଗଡ଼ରାଜ୍ୟ ଏକ ବୃହତମ ଜମିଦାରୀ ଓ ସ୍ବର୍ଣ୍ଣଖେମୁଣ୍ଡିର ଅତୀତ ଇତିହାସ କ୍ରମାଗତ ଭାବେ ଅବହେଳାର ଶିକାର ହୋଇଥିବା ବେଳେ ଏବେ ପୁଣି ସ୍ୱର୍ଣ୍ଣିମ ଅତୀତର ଗୌରବ ଗାଥାକୁ ଜାଗରଣ କରିବାର ଆବଶ୍ୟକତା ରହିଛି ବୋଲି ସାନଖେମୁଣ୍ଡି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଆଲୋଚନାଚକ୍ର ରେ ମତ ପ୍ରକାଶ ପାଇଛି । ମହାନଳା ସ୍ଥିତ ଶିକ୍ଷକ ଭବନ ପରିସରରେ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସାହିତ୍ୟ ଆସରକୁ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଯୁବରାଜ ବୀରକିଶୋର ଦେବ ଉଦ୍‌ଘାଟନ କରିଥିବା ବେଳେ “ସାନଖେମୁଣ୍ଡିର ଐତିହ୍ୟ “ଶୀର୍ଷକ ଆଲୋଚନାଚକ୍ର ରେ ଆଲୋଚକ ଭାବେ ଗବେଷକ ଡ଼. ଅନନ୍ତରାମ କର କୌଣ୍ଡିନ୍ୟ ଯୋଗ ଦେଇ ଗଞ୍ଜାମ ସମେତ ସାନଖେମୁଣ୍ଡି ରାଜ୍ୟର ଉତ୍ପତି ସହ ଖେମୁଣ୍ଡି ରାଜସଂସ୍କୃତି ସ୍ୱାଧୀନତାସଂଗ୍ରାମ ପରମ୍ପରା ଯୁଦ୍ଧ କୌଶଳ ଅତୀତ କୀର୍ତ୍ତି ସହ ସାନଖେମୁଣ୍ଡିରେ ହୋଇଥିବା ବ୍ରିଟିଶ ବିରୋଧୀଯୁଦ୍ଧ ରେ ପ୍ରଥମ ସହୀଦଙ୍କୁ ଅବହେଳା କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଦୁର୍ଯ୍ୟୋଧନ ପ୍ରଧାନ ଯୋଗ ଦେଇଥିଲେ । ସମ୍ପାଦକ ଶିବରାମ ସାବତ ଅତିଥି ପରିଚୟ ସହ ଧନ୍ୟବାଦ ଦେଇଥିଲେ । ଉପସଭାପତି ବିନାୟକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେଶନ କବିତା ପାଠୋତ୍ସବ ରେ ଅତିଥି ଭାବେ ଶିକ୍ଷୟିତ୍ରୀ ସୁଜାତା ରାଣୀ ଶତପଥୀ ଯୋଗ ଦେଇଥିବା ବେଳେ ଶିବରାମ ସାବତ ସହ ସମ୍ପାଦିକା ସୁରଭିରାଣୀ ନାୟକ ସଂଯୋଜନା କରିଥିବାବେଳେ କବି ପଦ୍ମଚରଣ ମେକାପ, କବି ଶରତ ଚନ୍ଦ୍ର ପଣ୍ଡା ସମୀକ୍ଷା କରିଥିଲେ । ଜନବାଦୀ କବି ପ୍ରତାପ ଚନ୍ଦ୍ର ପ୍ରଧାନ, କେ ତ୍ରିମଲ ଆଚାରୀ, ଡ଼.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଭାସ୍କର ରାଉତ ବିଚିତ୍ର ଦୋରା, ସୁରେଶ କୁମାର ନାୟକ, ବେଣୁଧର ତ୍ରିପାଠୀ ,ରାଜେନ୍ଦ୍ର କୁମାର ପଣ୍ଡା, ଅଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ ପ୍ରମୁଖ ସ୍ୱରଚିତ କବିତା ପ୍ରମୁଖ ଆବୃତ୍ତି କରିଥିଲେ । ସହ ସମ୍ପାଦକ ପୀତବାସ ତ୍ରିପାଠୀ , କୋଷାଧକ୍ଷ ଉଦୟ ଡାକୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । (ରିପୋର୍ଟ – ଆରତ କୁମାର ହୋତା/ସାଇଦୀପ୍ ପୂଜାରୀ ।)

Comments (0)
Add Comment