ସାଧାରଣତନ୍ତ୍ର ଦିବସ ପାଳିତ ।

କୋଦଳା,୨୬/୦୧(ପିପିଟି):କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଜାତୀୟ ପତାକାକୁ ଉତ୍ତୋଳନ କରି ଆଜିର ଦିବସର ମହତ୍ୱ ବିଷୟରେ କହିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା,ଅଣ କର୍ମଚାରୀ ସମେତ ଜାତୀୟ ସେବା ଯୋଜନା,ଯୁବ ରେଡ଼କ୍ରସ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ସମସ୍ତ ଛାତ୍ରଛାତ୍ରୀ, ପ୍ରୋଗ୍ରାମ ଅଧିକାରୀଙ୍କ ମିଳିତ ସହାୟତାରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment