ସାଙ୍କୁଡା ଧବଳେଶ୍ଵର ଓ କୋଦଳା ଦଣ୍ଡେଶ୍ଵର ମନ୍ଦିର ବନ୍ଦ, ବାହାରେ ଭକ୍ତଙ୍କ ଭିଡ ଏବଂ ପୂଜାର୍ଚ୍ଚନା ।

କୋଦଳା,୧୬/୧୧(ପିପିଟି); ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମନ୍ଦିରକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାପରେ କୋଦଳା ତହସିଲଦାର ଅବନୀ କୁମାର ସାହୁ ଅଞ୍ଚଳର ସମସ୍ତ ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କୁ ଡାକି ଏ ସମ୍ପର୍କରେ ଆଲୋଚନା କରି ଇସ୍ତାହାର ପ୍ରକାଶ କରି ନୋଟିସ ପ୍ରେରଣ କରିବା ପରେ ସମସ୍ତ ମନ୍ଦିରକୁ ବନ୍ଦ କରିଦିଆଯିବା ସହ ଫାଟକକୁ ଚାବି ପକାଯାଇଛି । ଆଜି ପବିତ୍ର କାର୍ତ୍ତିକ ମାସ ସୋମବାର ଓ ସଂକ୍ରାନ୍ତି ଯୋଗୁଁ ସାଙ୍କୁଡା ସ୍ଥିତ ଧବଳେଶ୍ୱର ମନ୍ଦିର ଓ କୋଦଳା ଦଣ୍ଡୀଶ୍ଵର ମନ୍ଦୀର ସମ୍ମୁଖରେ ସକାଳ ସମୟରୁ ଭକ୍ତମାନେ ଆସି ମନ୍ଦିର ବାହାରେ ନିଜେ ନିଜେ ନଡ଼ିଆ ଭାଙ୍ଗି, ଭୋଗ ପୂଜା କରି ବ୍ରୂସଭ ଓ ସିଂଘ ମୂର୍ତ୍ତି ଉପରେ ଫୁଲ ପକାଇ ଫେରିଯିବା ସହ ବାହାରେ ଦୀପ ଜାଳିଛନ୍ତି । ସେପଟେ ପ୍ରଶାସନ ନିଷ୍ପତ୍ତିକୁ ମାଳି ଓ ପୂଜାରୀ ତଥା ମନ୍ଦିର ପରିଚାଳନା କମିଟି ଗୋଟିଏ ପଟେ ସ୍ୱାଗତ କରୁଥିବା ବେଳେ କିଛି ସେବାୟତ ଅର୍ଥ ଲୋଭ ଆଶା ରେ ବାହାରେ ଭକ୍ତଙ୍କୁ ମିଛ ସତ କହି ଗହଳି ଲଗାଉଥିବା ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ଲୋକମାନେ ମନ୍ଦିର ସମ୍ମୁଖରେ ରୁଣ୍ଡ ହେବା ଯୋଗୁଁ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି ।ପ୍ରଶାସନ ମନ୍ଦୀର ଦର୍ଶନ ସମ୍ପୂର୍ଣ ବନ୍ଦ ଏବଂ ମନ୍ଦୀର ମଧ୍ୟରେ ଭକ୍ତ ଥିବା ଜଣାପଡିଲେ କମିଟି ସଦସ୍ୟ ଏକ ଲକ୍ଷ ଜୋରିମାନା ଦେବାକୁ ପଡିବ ବୋଲି ନୋଟିସ ପ୍ରଦାନ କରିଥିବା ବେଳେ କମିଟି ସଦସ୍ୟ ଜାଗ୍ରତ ହୋଇଥିବା ବେଳେ କିଛି ମାଳି ପୁଜାଳି ମନ୍ଦୀର ଗେଟ ସମ୍ମୁଖରେ ଲୋକଙ୍କୁ ରୁଣ୍ଡ କରୁଥିବା ନେଇ ଚିନ୍ତାରେ ମନ୍ଦୀର ପ୍ରଶାସନ । ଆଜି ସବୁ ସତ୍ୱେ ଦଣ୍ଡୀଶ୍ଵର ମନ୍ଦୀରରେ କିଛି ସେବାୟତ ବିଶୃଙ୍ଖଳା ସୃଷ୍ଟି କରୁଥିବା ଖବର ପାଇ ଅତିରିକ୍ତ ତହସିଲଦାରଅଶୋକ କୁମାର ତ୍ରିପାଠୀ ମନ୍ଦୀର ରେ ପହଞ୍ଚି କମିଟି ସଦସ୍ୟଙ୍କୁ ତାଗିଡ କରି ଫେରିଛନ୍ତି । ଯଦି କେହି ସେବାୟତ ଏପରି ବିଶୃଙ୍ଖଳା ସୃଷ୍ଟି କରନ୍ତି ତାହାହେଲେ କମିଟି ଲିଖିତ ଅଭିଯୋଗ ଜଣାଇବାକୁ ପରାମର୍ଶ ଦେଇଛନ୍ତି । କରୋନା କଟକଣା ଯୋଗୁ ମନ୍ଦିର ବନ୍ଦ ହେବା ଫଳରେ ଏହା ଉପରେ ନିର୍ଭର କରି ଚଳୁଥିବା ସେବାୟତ ଚିନ୍ତାରେ ପଡ଼ିବା ସହ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଏ ନେଇ କୋଦଳା ତହସିଲଦାର ଅବନୀ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆଗକୁ ନିଶ୍ଚିତ ଭାବେ ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରାଯିବ ।

Comments (0)
Add Comment