ସାଗର ଗାଁରେ ହରିହରଙ୍କର ଭେଟ ମହୋତ୍ସବ ଅନୁଷ୍ଠିତ।

ବୋଲଗଡ଼,୧୫/୦୪(ପିପିଟି): ପବିତ୍ର ଓଡ଼ିଆ ନବବର୍ଷ ତଥା ଶୁଭ ମହାବିଷୁବ ସଙ୍କ୍ରାନ୍ତିରେ ସାଗରଗାଁରେ ରାତ୍ର ଏକ ଘଣ୍ଟିକା ସମୟରେ ହରିହର ଙ୍କର ମହାନ ଭେଟ ମହୋତ୍ସବ ମହାସମା ରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଦେବ ଦେବ ମହାଦେବ ନୀଳକଣ୍ଠେଶ୍ଵର ଏବଂ ମାତା ପାର୍ବତୀ ବିଜେ ପ୍ରତିମା ବିମାନରେ ସୁସଜ୍ଜିତ ହୋଇ ପୂଜକଙ୍କ ଦ୍ୱାରା ପୂଜାଅର୍ଚନା କରାଯାଇ ବୀରବାଦ୍ୟ ବଜାଇ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଗହଣରେ ସାଗରଗାଁ ଅଭିମୁଖେ ଆସିଥିଲେ। ନୀଳକଣ୍ଠେଶ୍ଵର ଙ୍କୁ ପାଛୋଟି ନେବାପାଇଁ ସେବକ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ରହିଥିଲେ। ଏବଂ ପରେ ସୁସଜ୍ଜିତ ବିମାନକୁ ସାହି ଭିତରକୁ ନେଇ ସେବକ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଙ୍କ ଦ୍ଵାର ସମ୍ମୁଖରେ ଅବସ୍ଥାନ କରାଯାଇ ଚାଚେରୀ ଭୋଗ ଅର୍ପଣ କରାଯାଇଥିଲା। ଏବଂ ପରେ ଶ୍ରୀ ମନ୍ଦିରରୁ ମହାପ୍ରଭୁ ଜଗନ୍ନାଥ ଅଣା ଯାଇ ଘଣ୍ଟ,ବୀରବାଦ୍ୟ,ହୁଳହୁଳୀ ଓ ହରିବୋଲ ମଧ୍ୟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଗହଣରେ ନୀଳକଣ୍ଠେଶ୍ଵର ଓ ମାତା ପାର୍ବତୀଙ୍କ ବିମାନ ଚତୁର୍ପାଶ୍ୱରେ ତିନିଥର ପରିଭ୍ରମଣ କରାଯାଇ ମହାପ୍ରଭୁ ନୀଳକଣ୍ଠେଶ୍ଵର ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ପରଷ୍ପର ସମୁଖରେ ଭେଟ କରାଯାଇ ହରିହର ଭେଟ କାର୍ଯ୍ୟ କ୍ରମ ସମାପନ କରାଯାଇ ଥିଲା। ଏବଂ ପରମ୍ପରା ଅନୁସାରେ ସାସନ ସାହିର ମହାଦେବ ପାଟଯୋସୀଙ୍କ ଦୁଆରେ ଚାଚେରୀ ଭୋଗ ସମର୍ପଣ କରାଯାଇ ଗ୍ରାମ ପରିକ୍ରମଣ ପରେ ମନ୍ଦିରକୁ ଅଣାଯାଇ ମନ୍ଦିର ବେଢାରେ ଅବସ୍ଥାପିତ କରାଯାଇ ମହାପ୍ରଭୁ ଙ୍କୁ ପୂଜାଅର୍ଚନା କରାଯାଇଥିଲା। ପରିଶେଷରେ ଶିକୁଳି ଛିଣ୍ଡା କାର୍ଯ୍ୟ କ୍ରମ ସମାପନ ହୋଇ ମହାପ୍ରଭୁଙ୍କୁ ମନ୍ଦିରରେ ବିଜେ କରାଯାଇଥିଲା। ଏହି ପବିତ୍ର ତଥା ମହାନ ପ୍ରଭୁଙ୍କ ହରି ହର ଭେଟ ଭାଟ ବହୁ ଶ୍ରଦ୍ଧାଳୁ ଭକ୍ତ ତଥା ଭକ୍ତ ମଣ୍ଡଳୀ ଯୋଗଦାନ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment