ସାଗରଗୁଆଁ ଗ୍ରାମପଞ୍ଚାୟତରେ ବିକାଶ ବାହାନ ରଥକୁ ସ୍ୱାଗତ।

ବୋଲଗଡ଼,୧୯/୦୬(ପିପିଟି):ରାଜ୍ୟରେ ମୋହନ ମାଝୀ ସରକାରଙ୍କର ଏକ ବର୍ଷ ପୂର୍ତ୍ତୀ ଉପଲକ୍ଷେ ରାଜ୍ୟର ସମସ୍ତ ପଂଚାୟତରେ ବିକାଶ ବାହାନ ରଥ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଆଜି ବୋଲଗଡ଼ ବ୍ଳକ୍ ର ସାଗରଗୁଆଁ ପଞ୍ଚାୟତ ୨୬ନମ୍ବର ଜୋନର ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ,ସରପଞ୍ଚ ରମାମଣି ଦେଇଙ୍କ ଅଧ୍ୟକ୍ଷତାରେ ବିକାଶ ବାହାନ ରଥକୁ ସ୍ୱାଗତ କରାଯାଇଛି। ପଞ୍ଚାୟତର ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ମହିଳା ସ୍ବୟଂ ସହାୟକ ଗୃପ,ବରିଷ୍ଠ ନାଗରିକ ଏବଂ ପଞ୍ଚାୟତର ଜନ ସାଧାରଣ ବିକାଶ ରଥ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ରାଜ୍ଯ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଲୋକାଭିମୁଖୀ କରାଇବା ଦିଗରେ ଆଲୋଚନା କରିଥିଲେ। ପରିଶେଷରେ ସମସ୍ତଙ୍କ ଉପସ୍ଥିତିରେ ଯୋଗ୍ୟ ହିତାଧିକାରୀ ଙ୍କୁ ରାସନ କାର୍ଡ, ଭତ୍ତା କାର୍ଡ଼ ବଣ୍ଟନ ଏବଂ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ବୃକ୍ଷରୋପଣ କରାଯାଇଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment