ସାଗରଗୁଆଁ ଓ ଅସରଳା ପଞ୍ଚାୟତ ରେ ବିଜେଡିର ନିର୍ବାଚନୀ ସଭା।

ବୋଲଗଡ଼,୧୯/୦୫(ପିପିଟି):ଆଗାମୀ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉସ୍ମତା ସେତିକି ବୃଦ୍ଧି ପାଉଛି । ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ଏହି ପରୀପ୍ରେକ୍ଷୀରେ ରବିବାର ଦିନ ସନ୍ଧ୍ୟାରେ ବୋଲଗଡ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତ ଓ ଅସରଳା ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀରେ ଖୋର୍ଦ୍ଧାଜିଲ୍ଲା ବିଜେଡି ଉପସଭାପତି ପ୍ରଫୁଲ୍ଲ ପ୍ରଧାନ ଓ ଜିଲ୍ଲାପରିଷଦ ସଭ୍ୟ ସୁବାସ ରାୟଗୁରୁ ଯୋଗଦେଇ ନବିନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ଆଗାମୀ ଦିନରେ ବିଦ୍ୟୁତ ଶୁଳ୍କ ଛାଡ କରିବା , ବିଏସକେୱାଇ କାର୍ଡ ସମସ୍ତଙ୍କୁ ପ୍ରଦାନ କରିବା ଓ ମିଶନଶକ୍ତି ମହିଳାଙ୍କ ପାଇଁ ଭତ୍ତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ । ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳିରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ମାଧ୍ୟମରେ ରାଜ୍ୟରେ ୧ନଂ ନିର୍ବାଚନ ମଣ୍ଡଳୀ ଭାବେ ଗଢିତୋଳିବାପାଇଁ ପ୍ରତିସୃତି ଦେଇଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment