ସାଗରଗାଁ ଗ୍ରାମବାସୀ ତରଫରୁ ଅବସର ପ୍ରାପ୍ତ ଆର୍ମି ଜବାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

ବୋଲଗଡ଼,୦୨/୦୨(ପିପିଟି):ଦେଶ ସେବାରେ ନିୟୋଜିତ ଥିବା ଆର୍ମି ଜବାନ ଦୀପ୍ତି ରଞ୍ଜନ ଅଟ୍ଟ ନିଜର ଦିର୍ଘ ୨୦ବର୍ଷର ଚାକିରୀ ରୁ ଅବସର ନେଇଥିବାରୁ ନିଜର ଗାଁ ମାଟିକୁ ଫେରିଛନ୍ତି ଏହି ପରିପ୍ରେକ୍ଷୀରେ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗାଁ ଗ୍ରାମବାସୀ, ସାଙ୍ଗ ସାଥି ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରି ଦୁଲଦୁଲି ବାଦ୍ୟ ବଜାଇ ଦେଶାତ୍ମବୋଧକ ନାରା ଦେଇ ଆନନ୍ଦଉଲ୍ଲାସରେ ବିରାଟ ଶୋଭାଯାତ୍ରା ସହିତ ଗ୍ରାମ ପରିକ୍ରମା କରାଇ ନିଜ ବାସଭବନକୁ ପାଛୋଟି ନେଇଥିଲେ। ନିଜ ପାଖରେ ପୁଅକୁ ଦେଖି ପିତା ପୁରୁଷୋତ୍ତମ ଅଟ୍ଟ, ମାତା ପାର୍ବତୀ ଅଟ୍ଟ ଓ ପରିବାର ବର୍ଗ ବହୁତ ଖୁସି ହୋଇଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment