ସାଇ ଗୁରୁକୂଳ ସ୍କୁଲରେ ବିଶ୍ୱ ଖାଦ୍ୟ ଦିବସ ପାଳନ ।

ଭଞ୍ଜନଗର, ୧୭/୧୦(ପିପିଟି): ଭଞ୍ଜନଗର ଶ୍ରୀରାମ ନଗର ନିକଟରେ ଥିବା ସାଇ ଗୁରୁକୁଳ ଆବାସିକ ବିଦ୍ୟଳାୟରେ ବିଶ୍ୱ ଖାଦ୍ୟ ଦିବସ ପାଳନ ଅବସରରେ ଇକୋ କ୍ଳବ ତଥା ଜାତୀୟ ସବୁଜ ବାହିନୀର ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ସଭାପତି ଶୂଳପାଣି ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଧାନ ଶିକ୍ଷକ ପଞ୍ଚାନନ ସାହୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଖାଦ୍ୟ ସୁରକ୍ଷା, ଆବଶ୍ୟକତା ଥିବା ଲୋକଙ୍କୁ ସୁଷମ ଖାଦ୍ୟ ବଣ୍ଟନ ଏବଂ ମୁଖ୍ୟତଃ ସ୍ୱଛତା ବାବଦରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଇକୋ କ୍ଳବ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ବର୍ଷର ବିଭିନ୍ନ ସମୟରେ ପାଳନ କରା ଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଜାତୀୟ ସବୁଜ ବାହିନୀ ଦ୍ୱାରା ପ୍ରକାଶିତ ପତ୍ରିକା ସବୁଜିମାକୁ ଇକୋ କ୍ଳବକୁ ପ୍ରଦାନ କରିବା ସହ ଅଗାମି ଦିନରେ ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟକୁ ନିଜ ନିଜର ଲେଖା ପଠାଇବାକୁ ସ୍ଥିର ହୋଇଛି l ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ କୁମାର ଶତପଥୀ ଏବଂ ଅନ୍ୟତମ ନିର୍ଦ୍ଦେଶକ ରମାକାନ୍ତ ପାଢ଼ୀଙ୍କ ପରାମର୍ଶ କ୍ରମେ ଅନୁଷ୍ଠାନରେ ପ୍ରତିବର୍ଷ ଚାରା ରୋପଣ, ପଲିଥିନ ବନ୍ଦ କରିବା, ବନ୍ୟ ପ୍ରାଣୀ ସପ୍ତାହ, ବନ ମହୋତ୍ସବ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଛନ୍ତି। ସ୍ବେଛାସେବୀ ଅନୁଷ୍ଠାନ ତେଜସ୍ୱନି ତରଫରୁ ମୁଖ୍ୟ ଉପଦେଷ୍ଟା ଏବଂ ଅନୁଷ୍ଠାନ ର ସ୍ବେଛାସେବୀ ମାହେଶ୍ୱରୀ ତ୍ରିପାଠୀଙ୍କ ସହଯୋଗ ରେ ପୁରସ୍କାର ବଣ୍ଟନ କରାଯାଇଥିଲା l ଅନୁଷ୍ଠାନ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିବା ବେଳେ ଶେଷରେ ଶିକ୍ଷକ ପଞ୍ଚାନନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ୍ -(ଜୟକୃଷ୍ଣ ପଟ୍ଟନାୟକ)

Comments (0)
Add Comment