ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ଝାରସୁଗୁଡ଼ା ପୁଲିସ ।

ଝାରସୁଗୁଡ଼ା,୧୮/୧୧ : ଏକ ୧୨ ଜଣିଆ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କର ୬୧ରୁ ଅଧିକ ପାସବୁକ, ୪୧ଟି ଏଟିଏମ, ୧୯ଟି ମୋବାଇଲ, ଏକ ସ୍କୁଟର ସହ ଏକ କର ଜବତ କରିଛି ପୁଲିସ । ଝାରସୁଗୁଡାରୁ ଜାମତରା, ବିହାର ଓ ରାଜସ୍ଥାନକୁ ଚେର ଲମ୍ବିଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ଲୋକ ଗିରଫ ହୋଇପାରନ୍ତି ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି । ଅଭିରାଜ କୁମାର ଶାହ,ସୋନୁ ମଣ୍ଡଳ,ଶୁଭମ ପ୍ରସାଦ, ଶିଭମ ସାହୁ,ସମୀର ସୁନା,ଏମ ଜଗଦୀଶ୍ଵର ରାଓ,ସମ୍ବଲପୁରର ଯୋଗେଶ୍ୱର ଚାନ୍ଦ,ଅଭୟ ଘୋଷ, ନରେଶ ବାଗ,ଧୀରଜ ଗରଡିଆ ସହ ୨ ଜଣ ନାବାଳକକୁ ଗିରଫ କରାଯାଇଛି । ଜାମତରା,ବିହାର ଓ ରାଜସ୍ଥାନ ଆଦି ଅଞ୍ଚଳର ଏକାଧିକ ସାଇବର ଠକେଇ ଗ୍ୟାଙ୍ଗ ପାଇଁ କାମ କରୁଥିଲେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ । ଗେମିଙ୍ଗରୁ ପଇସା ମିଳିବ କହି ନୀରିହ ଲୋକଙ୍କୁ କରୁଥିଲେ ଟାର୍ଗେଟ । ଲୋକଙ୍କ ନାରେ ବ୍ୟାଙ୍କ ପାସ ବୁକ ଖୋଲାଇବା ପରେ ବ୍ୟାଙ୍କ ଆକାଉଣ୍ଟ ଓ ସିମ କାର୍ଡ ଡିଟେଲ୍ସ ବିହାର, ରାଜସ୍ଥାନ, ଝାରଖଣ୍ଡରେ ଥିବା ସାଇବର ଗ୍ୟାଙ୍ଗ କାର୍ଯ୍ୟାଳୟକୁ ପଠା ଯାଉଥିଲା । ସାଇବର ଠକେଇରୁ ମିଳିଥିବା ଟଙ୍କାକୁ ଝାରସୁଗୁଡାର ବିଭିନ୍ନ ଏଟିଏମରୁ ଉଠାଣ କରାଯିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହୁଥିବା ଆକାଉଣ୍ଟରେ କ୍ୟାସ ଡିପୋଜିଟ କରାଯାଉଥିଲା । ସେଠାରୁ ପୁଣି ଟଙ୍କା ଉଠାଣ କରି ସାଇବର ଲୁଟେରା ନଗଦ ଟଙ୍କା ନିଜ ପାଖକୁ ନେଇଯାଉଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ।

Comments (0)
Add Comment