ସାଇଜ କାଠ ସହ ମାରୁତି ଭ୍ୟାନ ଜବତ ।

ଭଞ୍ଜନଗର,୧୨/୦୯(ପିପିଟି):ଶନିବାର ସନ୍ଧ୍ୟା ସମୟରେ ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଅନ୍ତର୍ଗତ ବାହାଡ଼ା ପଦର ମୁଜାଗଡ଼ ମଧ୍ୟରେ ଥିବା ସମା ପଲ୍ଲି ଗ୍ରାମ ନିକଟରେ ଏକ ମାରୁତି ଭ୍ୟାନ ନଂ ଓଆର-୦୨ ଏମ ୨୦୮୦ରେ ଚୋରା କାଠ ଚାଲାଣ ହେଉଥିବା ବେଳେ ସାମନା ପଟରୁ ବନ ବିଭାଗର ପେଟ୍ରୋଲିଂ ଗାଡ଼ିକୁ ଦେଖି ଉକ୍ତ ଭ୍ୟାନର ଡ୍ରାଇଭର ଓ ଅନ୍ୟ ମାନେ ଗାଡିକୁ ଛାଡି ଅନ୍ଧାର ସୁଯୋଗରେ ଖସି ପଳେଇବାରେ ସକ୍ଷମ ହୋଇଥିଲେ।ଖାନ ତଲାସୀ ବେଳେ ସେହି ଗାଡ଼ିରୁ ୧୨ଖଣ୍ଡ ଶାଳ ସାଇଜ କାଠ ସହ ଉକ୍ତ ଗାଡିକୁ ଜବତ କରି ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି।ଏହି ଘଟଣା ରେ ଏକ କେଶ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏଥିରେ ଫରେଷ୍ଟର ବଂଶୀଧର ବିଷୋୟୀ ଓ ଅନ୍ୟ ବନ ବିଭଗ କର୍ମଚାରୀ ମାନେ ସାମିଲ ଥିଲେ।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment