ଉଲୁଣ୍ଡା,୨୭/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବଡ଼ମାଳ ରାସ୍ତାରେ ଗତକାଲି ବନବିଭାଗ ଛଅଟିକାଠ ବୋଝେଇ ସାଇକେଲ ଜବତ କରିଛି । ସୂଚନାନୁସାରେ ଗତକାଲି ବନବିଭାଗ ବଡ଼ମାଳ ରାସ୍ତାରେ ପେଟ୍ରୋଲିଂ ସମୟରେ ଛଅଟି ସାଇକେଲ ଯୋଗେ କାଠ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ସେହି ସମୟରେ ବନବିଭାଗର ଗାଡି ଶବ୍ଦଶୁଣି କାଠଚୋର ମାନେ ସାଇକେଲ ଛାଡି ଫେରାର ମାରିଥିଲେ । ତାପରେ କାଠ ବୋଝେଇ ସାଇକେଲକୁ ଜବତ କରି କାଠଚୋର ମାନଙ୍କୁ ଖୋଜାଖୋଜି କରିବା ସହ ତଦନ୍ତ ଜାରି ରଖିଥିବା ବନବିଭାଗ ପ୍ରକାଶ କରିଛି ।
(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)