ପୋଲସରା ,୧୯/୦୫(ପିପିଟି) : ପୋଲସରା ବ୍ଲକ ବଡ଼ପଂକଳବାଡ଼ି ପଞ୍ଚାୟତ ରେ ସୋମବାର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି |ଏହି ଜନଶୁଣାଣୀ ଶିବିରରେ ଓଡିଶା ସରକାର ଙ୍କ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ ଯୋଗଦେଇ ଲୋକମାନଙ୍କୁ ଡବଲ ଇଂଜିନ ସରକାର ଙ୍କ ଯେଉଁ ସବୁ ଯୋଜନା ମାନ ରହିଛି ତାହାରି ଉପରେ ଆଲୋକପାତ କରିବା ସହିତ ଗତ ସରକାର ର ହୋଇଥିବା ଦୁର୍ନୀତି ଉପରେ କହିଥିଲେ ।ଠିକ ଉପଯୁକ୍ତ ଲୋକଙ୍କୁ ସଠିକ ଭାବେ ଗୃହ, ରାସନ କାର୍ଡ, ଭତ୍ତା ଆଦି ମିଳିନଥିବା କଥା ମନ୍ତ୍ରୀ ମଲ୍ଲିକ ନିଜ ବକ୍ତବ୍ୟ ରେ କହିଥିଲେ । ଆଜି ଜନଶୁଣାଣୀ ବେଳେ ସମସ୍ତ ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ଭତ୍ତା, ରାସନ କାର୍ଡ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର, ରାସ୍ତା ଘାଟ ଆଦି ସବୁର ସୁବିଧା କରାଯିବ ବୋଲି ସାଂସଦ ଓ ମନ୍ତ୍ରୀ କହିଥିଲେ । ଏହି ଜନଶୁଣାଣୀ ରେ ପ୍ରାୟ ୫୦ରୁ ଉର୍ଦ୍ଧ ଅଭିଯୋଗ ଆସିଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଘୁମୁସର ସାଙ୍ଗଠନିକ ଜିଲ୍ଲାର ଉପସଭାପତି ପ୍ରଭାକର ପଣ୍ଡା, ସମାଜସେବୀ ଜଗନ୍ନାଥ ବଢ଼େଇ,ରାଜେନ୍ଦ୍ର ପାତ୍ର, ରଘୁନାଥ ପଣ୍ଡା, ମହେଶ୍ୱର ପରିଡା, ବରିଷ୍ଟ ବିଜେପି କର୍ମୀ ଦାମଦୋର ସ୍ୱାଇଁ ସମେତ ବିଜେପିର ବହୁ କର୍ମକର୍ତା ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା